ହୋମ
ରାଜ୍ୟରୁ ଚିହ୍ନଟ ହେଲେ ୧୫୦ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୫୦ ନୂଆ ଆକ୍ରାନ୍ତ । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୯ ସଂକ୍ରମିତ ଥିବାବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ୬୧ଟି ରହିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ ୧୮ ଏବଂ କଟକରୁ ୧୫ ଜଣ ଚିହ୍ନଟ ହୋଇଛନ୍ତି।
ସେହିପରି ଅନୁଗୋଳରୁ ୪, ବାଲେଶ୍ୱର ୭, ଭଦ୍ରକ ୭, ବଲାଙ୍ଗୀର ୫, ବୌଦ୍ଧ ୨, ଦେବଗଡ଼ ୧, ଗଞ୍ଜାମ ୩, ଜଗତସିଂହପୁର ୬, ଯାଜପୁର ୬, ଝାରସୁଗୁଡ଼ା ୮, କଳାହାଣ୍ଡି ୬, କନ୍ଧମାଳ୨, କେନ୍ଦ୍ରାପଡ଼ା ୧, କେନ୍ଦୁଝର ୪, ଖୋର୍ଦ୍ଧା ୪, ମୟୂରଭଞ୍ଜ ୧, ନବରଙ୍ଗପୁର ୨, ନୂଆପଡ଼ା ୩, ପୁରୀ ୧୦, ସମ୍ବଲପୁର ୧୦ ଏବଂ ସୋନପୁରରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍ ପୋଲ୍ ସଂଖ୍ୟା ରହିଛି ୧।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୪, ୩୦୦ରେ ପହଞ୍ଚିଥିବା ବେଳେ ୩,୩୦,୯୬୨ ଜଣ ସୁସ୍ଥ ହୋଇଛନ୍ତି। ୧୩୮୦ ଜଣ ଚିକିତ୍ସିତ ହେଉଛନ୍ତି।