Posts
କଟକ ଜାନକୀନାଥ ଭବନଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ପାଳିତ: ମୁଖ୍ୟମନ୍ତ୍ରୀଙ୍କ ସମେତ ବିଶିଷ୍ଟ ଅତିଥିବୃନ୍ଦଙ୍କ ଶ୍ରଦ୍ଧା ସୁମନ ଅର୍ପଣ

କଟକ(ବିତର୍କ ନିଉଜ): ଜିଲ୍ଲା ପ୍ରଶାସନ,କଟକ ମହାନଗର ନିଗମ ଓ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଟ୍ରଷ୍ଟର ମିଳିତ ସହଯୋଗରେ ଆଜି ଭାରତର ମହାନ୍ ସ୍ୱାଧୀନତା ସଂଗ୍ରାମୀ, ଦେଶ ଭକ୍ତ ଓ ଆଜାଦ୍ ହିନ୍ଦ୍ ଫୌଜର କର୍ଣ୍ଣଧାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ ତମ ଜନ୍ମ ବାର୍ଷିକୀ ତାଙ୍କର ଜନ୍ମ ସ୍ଥାନ ସ୍ଥାନୀୟ ଓଡିଆ ବଜାରସ୍ଥିତ ଜାନକୀନାଥ ଭବନଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ଦିନ ୧୧ଟା ସମୟରେ ପୂର୍ବାହ୍ନରେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ନେତାଜୀଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବାହ୍ନରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମଲ୍ୟାର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ଏହି ପରିପ୍ରେକ୍ଷୀରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ପର୍ଯ୍ୟଟନ, ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ରଞ୍ଜନ ଦାସ,ଉପ ନିର୍ଦ୍ଦେଶକ ଶ୍ରୀ ଦେବାନନ୍ଦ ବରିହା, ଅଧିକ୍ଷକ ଶ୍ରୀ ଅଶ୍ଵିନୀ ଶତପଥି ଉପସ୍ଥିତ ରହି ରାଜ୍ୟ ସଂସ୍କୃତି ବିଭାଗ ଓ ଓଡିଶା ଲଳିତ କଳା ଏକାଡେମୀର ମିଳିତ ଆନୁକୂଲ୍ୟରେ ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀ ବୁଲି ଦେଖିଥିଲେ ।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀ,ପୁଲିସ କମିଶନର ଶ୍ରୀ ସୁଧ୍ୟାଂଶୁ ଷଡଙ୍ଗୀ, ଡି.ସି.ପି ଶ୍ରୀ ପ୍ରତୀକ ସିଂ, ଲୋକସଭା ସାଂସଦ ଶ୍ରୀ ଭର୍ତ୍ତହରି ମହତାବ, ରାଜ୍ୟସଭା ସାଂସଦ ଶ୍ରୀ ସୁବାସ ସିଂ, ବାରବାଟୀ ବିଧାୟକ ଇଂ ମହମ୍ମଦ ମୋକିମ, ପୂର୍ବତନ ବିଧାୟକ ଶ୍ରୀ ପ୍ରଭାତ ରଞ୍ଜନ ବିଶ୍ଵାଳଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀଗଣ, ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିଚାଳକ ଶ୍ରୀ ଜେ.ପି.ଦାସ, ଶ୍ରୀ ଜେ.ପି.ରାୟ,ଶ୍ରୀ ମଧୁସୂଦନ ସାହୁ, ବିଭିନ୍ନ ସଂଗଠନର କର୍ମକର୍ତ୍ତା, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ରାଜନୈତିକ ଦଳର ନେତୃବୃନ୍ଦ ଓ ଜନସାଧାରଣ ଉପସ୍ଥିତ ରହି ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ପ୍ରତ୍ୟୁଷରୁ ରାମଧୂନ, ଜାତୀୟ ପତାକା ଉତ୍ତୋଳନ ସମୟରେ ଜାତୀୟ ସଂଗୀତ ପରିବେଷଣ ଓ ସହରରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିବା ସ୍ଥଳେ ନେତାଜୀଙ୍କ ଜନ୍ମ କୋଠରୀରେ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ହୋମଯଜ୍ଞ ଆୟୋଜନ କରାଯାଇଥିଲା ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିର୍ଧାରିତ କାର୍ଯ୍ୟକ୍ରମ ଅନୁଯାଇ ଖାନନଗର ଠାରେ ପ୍ରସ୍ତାବିତ କଟକ ନେତାଜୀ ବସ ଟର୍ମିନାଲର ଭିତ୍ତି ପ୍ରସ୍ତରର ସ୍ଥାପନ କରିଥିଲେ। । ୬୫ କୋଟି ଟଙ୍କା ବିନିମୟରେ ହେବାକୁ ଥିବା ଏହି ପ୍ରସ୍ତାବିତ ପ୍ରକଳ୍ପରେ ତିନି ମହଲା କୋଠା କରାଯିବା ସହ ଯାତ୍ରୀ ମାନଙ୍କ ନିମନ୍ତେ ସମ୍ମନିତ ଶୁଭିଦା ପ୍ରଦାନ ତଥା ଆଧୁନିକ ପାର୍କିଂ ବ୍ୟବସ୍ଥା, ମାର୍କେଟ କପ୍ଲେକ୍ସ ଏବଂ ୨ କିମି ରିଙ୍ଗ ରୋଡ ରାସ୍ତାକୁ ଛ ଲାଇନ ବିଶିଷ୍ଠ ହେବାର ବ୍ୟବସ୍ଥା କରାଯାଇଛି। ଏହି ଉତ୍ସବରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେଦ୍ର ପ୍ରତାପ ସ୍ଵାଇଁ, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ସାଂସଦ ସୁଭାଷ ସିଂ, ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ବିଧାୟକ ପ୍ରଶାନ୍ତ ବେହେରା, ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ବିଧାୟକ ଶୌଭିକ ବିଶ୍ଵାଳ,ଜିଲ୍ଲାପରିଷଦ ଅଧ୍ୟକ୍ଷା ଜ୍ୟୋତିରେଖା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟର ବରିଷ୍ଠ ପ୍ରଶାସକ ୫ଟି ସଚିବ ଶ୍ରୀ ଭି.କେ ପାଣ୍ଡିୟାନ, ପୁର୍ତ୍ତ ସଚିବ ଶ୍ରୀ କିଷନ କୁମାର, ଗୃହ ଓ ନଗର ଉନ୍ନୟନ ସଚିବ ଜି. ମାଥି ଭାତନନ, ତଥା ପୁର୍ତ୍ତ ଏବଂ ଓ ବି ସି ସିର ବରିଷ୍ଠ ଇଂ ଓ ଅଧିକାରୀମାନଙ୍କ ସମେତ କେନ୍ଦ୍ରାଞ୍ଚଳ ଆୟୁକ୍ତ ଶ୍ରୀ ଅନିଲ କୁମାର ସାମଲ,ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀ,ସି ଏମ ସି କମିଶନର ଅନନ୍ୟା ଦାସ,ପି ଡି ଡି ଆର ଡି ଏ ଅବଦଳ ଅଖତର, ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ, ଶ୍ରୀ ପୂର୍ଣଚନ୍ଦ୍ର ମିଶ୍ର ଏବଂ ଜିଲ୍ଲା ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।