Tuesday, 15 Dec, 10.49 am The Odia News

ହୋମ
ରାଶି ହିସାବରେ ଆପଣାନ୍ତୁ ଏହି ସବୁ ଉପାୟ, ସମାଜରେ ମିଳିବ ମାନ, ସମ୍ନାନ ଓ ପ୍ରତିଷ୍ଠା

ଆଜିର ସମୟରେ ପ୍ରତ୍ୟେକ ମଣିଷ ଚାହେଁ ତାକୁ ସମାଜରେ ମାନ ସମ୍ମାନ ମିଳୁ । ନିଶ୍ଚୟ ଭାବରେ ଆପଣ ବି ଚାହୁଁଥିବେ ଆପଣଙ୍କୁ ସମାଜରେ ଖୁବ୍ ପ୍ରତିଷ୍ଠା ମିଳୁ । କିନ୍ତୁ କେବଳ ଚାହିଁଦେଲେ ସବୁକିଛି ମିଳେ ନାହିଁ । ତେଣୁ ଆଜି ଆମେ ମିଳିବ ।

ମେଷ : ଏହି ରାଶିର ଲୋକମାନଙ୍କୁ ମାନ ସମ୍ମାନ ପାଇବା ପାଇଁ ହେଲେ ସୂର୍ଯ୍ୟଙ୍କୁ ସକାଳେ ଜଳ ଅର୍ପଣ କରିବା ଉଚିତ୍ । ଏହା ସହ ନାଲି ତିଲକ ମଧ୍ୟ ଲଗାଇବା ଆବଶ୍ୟକ ।

ବୃଷ : ଏହି ରାଶିର ଲୋକମାନେ ରବିବାର ଗୁଡ ଦାନ କରନ୍ତୁ । ଏହା ସହ ଆଦିୟ ହୃଦୟ ସ୍ତୋସ୍ତ୍ର ପାଠ କରନ୍ତୁ । ପ୍ରତି ରବିବାର ଏପରି କଲେ ବୃଷ ରାଶି ଲୋକଙ୍କ ମାନ ସମ୍ମାନ ବଢିଥାଏ ।

ମିଥୁନ : ମିଥୁନ ରାଶିର ଲୋକମାନଙ୍କୁ ତମ୍ବାର ମୁଦି ଧାରଣ କରିବା ଉଚିତ୍ । ସୂର୍ଯ୍ୟ ଦେବତାଙ୍କ ସାମ୍ନାରେ ହନୁମାନ ଚାଳିଶା ପାଠ କରିବା ଉଚିତ୍ । ପ୍ରତିଦିନ ସୂର୍ଯ୍ୟଙ୍କ ସାମ୍ନାରେ ହନୁମାନ ଚାଳିଶା ପାଠ କଲେ ମାନ ସମ୍ମାନ ବଢିଥାଏ ।

କର୍କଟ : ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ । ଓଁ ଆଦିତ୍ୟାୟ ନମଃ ଜପ କରନ୍ତୁ । ପରାମର୍ଶ ନେଇ ମାଣିକ ଧାରଣ କରନ୍ତୁ । ହନୁମାନଙ୍କୁ ପ୍ରତିଦିନ ନାଲି ରଙ୍ଗର ଫୁଲ ଅର୍ପଣ କରନ୍ତୁ ।

ସିଂହ : ଏହି ରାଶିର ବ୍ୟକ୍ତି ମାଣିକ ଧାରଣ କରନ୍ତୁ । ହନୁମାନଙ୍କୁ ନିୟମିତ ଭାବରେ ସକାଳେ ନାଲି ଫୁଲ ଅର୍ପଣ କରନ୍ତୁ ।

କନ୍ୟା : ଏହି ରାଶିର ବ୍ୟକ୍ତି ରବିବାର ଲାଲ ଫଳ ଦାନ କରିବା ଉଚିତ୍ । ଏହା ସହ ତମ୍ବାର ମୁଦି ଧାରଣ କରନ୍ତୁ ।

ତୁଳା : ତୁଳା ରାଶିର ଲୋକ ନିୟମିତ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ । ଏହା ସହ ପ୍ରତି ରବିବାର ଉପବାସ କରନ୍ତୁ । ଯଦି ଏହି ବ୍ରତ ରଖିପାରିବେନି ତେବେ ଲୁଣ ଏବଂ ସୋରିଷ ତେଲ ଖାଆନ୍ତୁ ନାହିଁ ।

ବିଛା : ଏହିି ରାଶିର ବ୍ୟକ୍ତି ଚାନ୍ଦିର କଡା କିମ୍ବା ମୁଦି ଧାରଣ କରିବା ଉଚିତ୍ । ମଙ୍ଗଳବାର ହନୁମାନଙ୍କ ଉପବାସ କରନ୍ତୁ ।

ଧନୁ : ପରାମର୍ଶ ନେଇ ଧନୁ ରାଶିର ବ୍ୟକ୍ତି ମାଣିକ ପିନ୍ଧନ୍ତୁ । ଏହା ବ୍ୟତୀତ ତମ୍ବାର କଡା କିମ୍ବା ମୁଦି ଧାରଣ କରିପାରିବେ ।

ମକର : ମକର ରାଶିର ବ୍ୟକ୍ତି ମାନ ସମ୍ମାନ ପାଇବା ପାଇଁ ରବିବାର ବ୍ରତ କରନ୍ତୁ । ଏହା ସହ ଗୁଡ ଦାନ କରନ୍ତୁ ।

କୁମ୍ଭ : ସୂର୍ଯ୍ୟଙ୍କୁ ନିୟମିତ ସକାଳେ ଜଳ ଅର୍ପଣ କରନ୍ତୁ । ଏହା ସହ ସୂର୍ଯ୍ୟଙ୍କ ମନ୍ତ୍ର ଜାପ କରନ୍ତୁ ।

ମୀନ : ରବିବାର ଦିନ ସାତ୍ୱିକ୍ ଆହାର କରନ୍ତୁ । ଏହା ସହ ଆଦିତ୍ୟ ହୃଦୟ ସ୍ତୋସ୍ତ୍ର ପାଠ କରନ୍ତୁ । ଏହା ଦ୍ୱାରା ମାନ ସମ୍ମାନ ବଢି ଚାଲିବ ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: The Odia News
Top