Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୧୦ ଜିଲ୍ଲାରେ ସ୍କୁଲ ଛୁଟି...

୧୦ ଜିଲ୍ଲାରେ ସ୍କୁଲ ଛୁଟି...

ରିପୋର୍ଟ କାର୍ଡ / ଭୁବନେଶ୍ଵର

ବାତ୍ୟାକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ରଙ୍କ ସୁରକ୍ଷା ପାଇଁ ରାଜ୍ୟର ୧୦ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ୬ ଜିଲ୍ଲାରେ ୩ ଦିନ ଓ ୪ ଜିଲ୍ଲାରେ ୨ ଦିନ ସ୍କୁଲ ଯିବେନି ଛାତ୍ରୀଛାତ୍ର। ଗଞ୍ଜାମ, ଗଜପତି, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଓ କନ୍ଧମାଳ ଜିଲ୍ଲାରେ ୧୯ ରୁ ୨୧ ତାରିଖ ଯାଏ ତିନିଦିନ ସ୍କୁଲରେ ପାଠପଢ଼ା ବନ୍ଦ କରାଯାଇଥିବାବେଳେ ଖୋର୍ଦ୍ଧା, ମାଲକାନଗିରି, କୋରାପୁଟ ଏବଂ ରାୟଗଡା ଜିଲ୍ଲାରେ ୧୯ ଓ ୨୦ ତାରିଖରେ ସ୍କୁଲ ସହ ଅଙ୍ଗନଓ୍ୱାଡ଼ି କେନ୍ଦ୍ରକୁ ଛୁଟି କରାଯାଇଛି।

ଆବଶ୍ୟକ ପଡ଼ିଲେ ପରିସ୍ଥିତିର ସମୀକ୍ଷା କରି ଛୁଟି ଅବଧି ବୃଦ୍ଧି କରିବାକୁ ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇପାରିବେ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି)ଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Report Card Odia