Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବ୍ୟବସାୟୀଙ୍କୁ ହତ୍ୟା...

ବ୍ୟବସାୟୀଙ୍କୁ ହତ୍ୟା...

ରିପୋର୍ଟ କାର୍ଡ / ସମ୍ବଲପୁର

ବୁର୍ଲା କୀର୍ବା ଗ୍ରାମ ପବେଶ ଛକରେ ହତ୍ୟାକାଣ୍ଡ ଘଟି ଯାଇଛି । ଜଣେ ମାଂସ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରିଛି ତାଙ୍କ ନିକଟରେ କାମ କରୁଥିବା ଜଣେ ଯୁବକ। ପ୍ରାୟ ତିନି ରାଉଣ୍ଡ ଗୁଳି ଫୁଟିଥିଲା। ମୃତକ ଜଣକ ହେଲେ ଅନିଶ କୁରେଶି(୪୦)। ସୂଚନା ମୁତାବକ ଅନିଶଙ୍କ ନିକଟରେ ଝାରସୁଗୁଡ଼ା ଅଞ୍ଚଳର ରାଜା ନାମକ ଯୁବକ କାମ କରୁଥିଲା।

ଆଜି କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ରାଜା ଅତି ନିକଟରୁ ଅନିଶଙ୍କ ଉପରକୁ ତିନି ରାଉଣ୍ଡ ଗୁଳି ଚାଳନା କରିଥିଲା। ସେହି ସ୍ଥାନରେ ହିଁ ଅନିଶ ଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ସ୍ଥାନୀୟ ଭିସୁଟ ଅଞ୍ଚଳରେ ଏକ ଭୟର ବାତାବରଣ,ଚାଞ୍ଚଲ୍ୟ ଖେଳି ଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ତଦନ୍ତ କରୁଛି | ରାଜା ନିକଟରେ ବନ୍ଧୁକ କେଉଁଠୁ ଆସିଲା ତା'କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Report Card Odia