Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଚନ୍ଦ୍ରଶେଖରପୁରରେ ଯୁବକଙ୍କ ମୃତ୍ୟୁ: ଥାର୍ ଚଢାଇ ହତ୍ୟା!...

ଚନ୍ଦ୍ରଶେଖରପୁରରେ ଯୁବକଙ୍କ ମୃତ୍ୟୁ: ଥାର୍ ଚଢାଇ ହତ୍ୟା!...

ରିପୋର୍ଟ କାର୍ଡ / ଭୁବନେଶ୍ୱର

ନ୍ଦ୍ରଶେଖରପୁର ଦୁର୍ଘଟଣାରେ ଶନିବାର ଏକ ବଡ ଟ୍ୱିଷ୍ଟ ସାମ୍ନାକୁ ଆସିଛି। ଦୁର୍ଘଟଣା ନୁହେଁ, ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଆଣିଲେ ଅଭିଯୋଗ। ଥାର୍ ଚଢାଇ ବାଇକ୍ ଆରୋହୀ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଲସି ଦୋକାନରେ ଗଣ୍ଡଗୋଳ ପରେ ପଛରୁ ଥାର୍ ଚଢାଇ ହତ୍ୟା କରାଯାଇଛି।

ମୃତ ଯୁବକ ଖୋର୍ଦ୍ଧା କାଇପଦର ଅଞ୍ଚଳର ସୂଚନା। ପରିବାର ଅଭିଯୋଗ ପରେ ଘଟଣାର ମାମଲା ରୁଜୁ ହୋଇଛି। ପୁଲିସ ତଦନ୍ତ ପରେ ଘ ଟଣାରେ ୫ ଜଣଙ୍କୁ ଅଟକ ରଖାଯାଇଛି। ଥାର୍ ଜବତ ସହ ୫ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ଚନ୍ଦ୍ରଶେଖରପୁର ଥାନାରେ ଏନେଇ ହତ୍ୟା ମାମଲା ରୁଜୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି ବୋଲି ସୂଚନା ମିଳିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Report Card Odia