Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଡିସିପି ମୀନାଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ ରାଜ୍ୟ ସରକାର...

ଡିସିପି ମୀନାଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ ରାଜ୍ୟ ସରକାର...

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଡ଼ିଶା ସରକାର ଗୁରୁବାର ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ସହ ଏହି ତାଙ୍କ ସମ୍ପର୍କିତ ଏନଓସି (ନୋ ଅବ୍‌ଜେକ୍‌ସନ ସାର୍ଟିଫିକେଟ) କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପଠାଇଛନ୍ତି । କେନ୍ଦ୍ର ଗୃହ ବିଭାଗ ତାଙ୍କ ଇସ୍ତଫାକୁ ମଂଜୁରି ଦେଲେ ଶ୍ରୀ ମୀନା କାର୍ଯ୍ୟରୁ ଅବ୍ୟାହତି ନେବେ ।

୨୦୧୩ ବ୍ୟାଚ୍‌ର ଏହି ଆଇପିଏସ ଅଫିସର ପୂର୍ବରୁ ମାଲକାନଗିରି, ଗଂଜାମର ଏସପି ରହି ସାରିଥିବା ବେଳେ କଟକ ଡିସିପି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଆଇଆଇଟି କାନପୁରରୁ ସେ ଏରୋସ୍ପେଶ ଇଂଜିନିୟିରିଂରେ ସ୍ନାତକୋତର ଡିଗ୍ରି ହାସଲ କରିଛନ୍ତିି । ବ୍ୟକ୍ତିଗତ କାରଣରୁ ସେ ନିଜ ପଦରୁ ଇସ୍ତଫା ଦେଉଛନ୍ତି ବୋଲି ଶ୍ରୀ ମୀନା ଗଣମାଧ୍ୟମକୁ ପୂର୍ବରୁ କହି ସାରିଛନ୍ତି । ନିଜ କାର୍ଯ୍ୟକାଳ ଭିତରେ ଓଡ଼ିଶାର ଜନସାଧାରଣ ତାଙ୍କୁ ଆକୁଣ୍ଠ ଭଲପାଇବା ଦେଇଥିବାରୁ ଓଡ଼ିଶାବାସୀଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Report Card Odia