Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଗାଡ଼ିକୁ ପରିମିଟ୍‌ ଫି' ଛାଡ଼...

ଗାଡ଼ିକୁ ପରିମିଟ୍‌ ଫି' ଛାଡ଼...

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ରାଜ୍ୟରେ ଚାଲୁଥିବା ସମସ୍ତ ବ୍ୟାଟେରୀ ଚାଳିତ(ଇଭି), ମେଥାନଲ୍ ଏବଂ ଇଥାନଲ୍ ଇନ୍ଧନ ଚାଳିତ ପରିବହନ ଯାନଗୁଡ଼ିକୁ ପରମିଟ୍ ଫି' ଛାଡ଼ କରାଯିବ। ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଏହି ନିୟମ ଅଧୀନରେ ଯୋଗ୍ୟ ଗାଡ଼ିଗୁଡ଼ିକୁ ପରିବହନ କର୍ତ୍ତୃପକ୍ଷଙ୍କ ଦ୍ୱାରା ବିନା କୌଣସି ପରମିଟ୍ ଦେୟରେ ଉପଯୁକ୍ତ ପରମିଟ୍ ପ୍ରଦାନ କରାଯିବ।

୩୦୦୦କେଜିରୁ କମ୍ କ୍ଷମତାର ମାଲ୍ ପରିବହନ ଗାଡ଼ିଗୁଡ଼ିକ ଏହି ଫି' ଛାଡ଼ ବ୍ୟବସ୍ଥାରୁ ବାଦ୍ ପଡ଼ିବେ। ମୋଟର ଯାନ ଅଧିନିୟମ, ୧୯୮୮ର ନିୟମାବଳୀ ଅନୁଯାୟୀ ଏହି ସମସ୍ତ ଯାନ ପାଇଁ ପରମିଟ୍ ନେବା ବାଧ୍ୟତାମୂଳକ ରହିବ। ଏହାସହ ଗାଡ଼ିଗୁଡ଼ିକର ବୈଧ ପଞ୍ଜୀକରଣ, ବୀମା, ଫିଟନେସ୍ ପ୍ରମାଣପତ୍ର, ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଏବଂ ଅନ୍ୟାନ୍ୟ ସରକାରୀ ଟିକସ ପୈଠ ଭଳି ସମସ୍ତ ନିୟମ ପାଳନ ଆବଶ୍ୟକ ବୋଲି ବିଭାଗ କହିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Report Card Odia