Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଘରୋଇ ବସ୍‌ ମାଲିକ ସଂଘର ଚେତାବନୀ...

ଘରୋଇ ବସ୍‌ ମାଲିକ ସଂଘର ଚେତାବନୀ...

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟ ସରକାରଙ୍କୁ ୧୦ ଦିନର ଅଲଟିମେଟମ୍ ଦେଇଛି ଘରୋଇ ବସ୍‌ ମାଲିକ ସଂଘ। ଭଡ଼ା ବୃଦ୍ଧି ସମ୍ପର୍କିତ ଦାବି ପୂରଣ ନ ହେଲେ ବସ୍‌ ଚଳାଚଳ ବନ୍ଦ କରିବାକୁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ସଂଘ ପକ୍ଷରୁ କୁହାଯାଇଛି ଯେ, ଡିଜେଲ ମୂଲ୍ୟ ବୃଦ୍ଧି, ଯାନ ରକ୍ଷଣାବେକ୍ଷଣ ଖର୍ଚ୍ଚ ଓ ଅନ୍ୟାନ୍ୟ ବ୍ୟୟ ବଢ଼ିବାରୁ ବର୍ତ୍ତମାନର ଭଡ଼ା ହାରରେ ବସ୍‌ ଚଳାଇବା କଷ୍ଟସାଧ୍ୟ ହୋଇପଡ଼ିଛି।

ଏହିପରି ପରିସ୍ଥିତିରେ ଭଡ଼ା ବୃଦ୍ଧି କରିବା ଦାବି ଦୀର୍ଘଦିନ ଧରି ଉଠାଯାଉଥିଲେ ମଧ୍ୟ ସରକାର ପକ୍ଷରୁ କୌଣସି ସ୍ପଷ୍ଟ ନିଷ୍ପତ୍ତି ନିଆଯାଉନାହିଁ। ସମ୍ପ୍ରତି ହୋଇଥିବା ବୈଠକ ପରେ ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ ଏହି ସୂଚନା ଦେଇଥିଲେ। ସେ କହିଥିଲେ ଯେ, ଆସନ୍ତା ୧୦ ଦିନ ମଧ୍ୟରେ ସରକାର ଭଡ଼ା ବୃଦ୍ଧି ନେଇ ନିଷ୍ପତ୍ତି ନ ନେଲେ ରାଜ୍ୟବ୍ୟାପୀ ବସ୍‌ ଚଳାଚଳ ବନ୍ଦ କରାଯିବ। ଏହି ଘୋଷଣା ଯାତ୍ରୀମାନଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି କରିଥିବାବେଳେ, ସରକାର କିପରି ପଦକ୍ଷେପ ନେବେ ତାହାକୁ ନେଇ ସମସ୍ତଙ୍କ ନଜର ରହିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Report Card Odia