ତା: ୨୦ /୦୨ /୨୦୨୦
ରିପୋର୍ଟକାର୍ଡ/ ବୈପାରିଗୁଡା : (ପ୍ରତିନିଧି- କୈଳାଶ ଚନ୍ଦ୍ର ନାୟକ)
କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଗୁପ୍ତେଶ୍ଵର ନିକଟସ୍ଥ ଡୋକରି ଘାଟିରେ ଦୁର୍ଘଟଣା ଘଟି ଜଣେ ମୃତ୍ୟୁବରଣ କରିଛନ୍ତି। ସୂଚନାନୁଯାୟୀ, ଜୟପୁରର ଦୁଇଜଣ ବ୍ୟକ୍ତି ଗୁପ୍ତେଶ୍ଵର ଦର୍ଶନ ପାଇଁ ଯାଉଥିବା ବେଳେ ଜଣେ ଗାଡି ଭାରସାମ୍ୟ ହରାଇ ବସିବାରୁ ପଛପଟୁ ଆସୁଥିବା ଏକ ଟାଟା ଭେନ୍ଗାଡି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସେହି ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ମୃତ ବ୍ୟକ୍ତି ଜଣଙ୍କ ହେଲେ ଜୟପୁର ସହରର ସମ୍ବାରତୋଟା ଅଂଚଳର ସିବା ବୋଲି ଜଣାପଡିଛି। ଆସନ୍ତା କାଲି ମହା ଶିବରାତ୍ରି ଥିବା ବେଳେ ଆଜିର ଏହି ଦୁର୍ଘଟଣା ଅଂଚଳର ବାସୀ ଓ ଭକ୍ତଙ୍କ ମନରେ ଦୁଃଖର ଛାୟା ଖେଳିଯାଇଛି।
804 total views, 6 views today

