Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର...

କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର...

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଡିକେ ଶିବକୁମାର | ଶନିବାର ଅପରାହ୍ନ ପ୍ରାୟ ୪ଟାରେ ଅନୁଷ୍ଠିତ ହୋଇଥିବା କଂଗ୍ରେସ ବିଧାୟକ ଦଳ ବୈଠକରେ ଆନୁଷ୍ଠାନିକ ଭାବରେ ଡିକେ ଶିବକୁମାରଙ୍କୁ ନେତା ଭାବରେ ଦଳ ମନୋନୀତ କରିଛି। ଆସନ୍ତା ଜୁନ୍ ୩ ତାରିଖରେ ଶିବକୁମାର କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଥିବା ସମାରୋହର ପ୍ରସ୍ତୁତି ଏବେ ଜୋରଦାର ଭାବେ ଚାଲୁ ରହିଛି। ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ଦୁଇ ଦିନ ପରେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଛି ଦଳ। ୨୦୨୩ କର୍ଣ୍ଣାଟକ ନିର୍ବାଚନରେ ​​ଦଳ ବିଜୟୀ ହେବା ପରେ ସିଦ୍ଧରମୈୟା ଦାୟିତ୍ୱ ଗ୍ରହଣ କରିବା ପରଠାରୁ କ୍ଷମତାରେ ତାଙ୍କ କାର୍ଯ୍ୟକାଳର ଅଧାରୁ ଅଧିକ ସମୟ ପୂରଣ କରିଛନ୍ତି। ୨୦୨୩ରେ ଦଳ ​​ବିଜୟୀ ହେବା ପରଠାରୁ, ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପ ମୁଖ୍ୟମନ୍ତ୍ରୀ ଶିବକୁମାରଙ୍କ ମଧ୍ୟରେ କ୍ଷମତା ବଣ୍ଟନ ନେଇ ଲଗାତାର ଆଲୋଚନା ହେଉଥିଲା। ଯାହାକୁ ସେ ସମୟରେ ଦଳର କେନ୍ଦ୍ରୀୟ ନେତୃତ୍ୱ ସମର୍ଥନ କରିଥିଲେ। ଏହି ସିଦ୍ଧାନ୍ତ ଅନୁସାରେ ଅଢ଼େଇ ବର୍ଷ ପରେ କ୍ଷମତା ହସ୍ତାନ୍ତର କରା ଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Report Card Odia