Dailyhunt
ପାକିସ୍ତାନରେ ଆଲୋଚନାକୁ ଇରାନର ମନା...

ପାକିସ୍ତାନରେ ଆଲୋଚନାକୁ ଇରାନର ମନା...

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପାକିସ୍ତାନରେ ଆଲୋଚନାକୁ ମନା କଲା ଇରାନ । ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ହ୍ରାସ କରିବା ପାଇଁ ପାକିସ୍ତାନର ପଦକ୍ଷେପ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଆଲୋଚନାରେ ସାମିଲ ମଧ୍ୟସ୍ଥିମାନେ କହିଛନ୍ତି, ଇରାନ ଇସଲାମାବାଦରେ ଆମେରିକୀୟ ଅଧିକାରୀଙ୍କ ସହ ଆଲୋଚନା କରିବାକୁ ମନା କରିଦେଇଛି, ଯାହା ଫଳରେ ଅସ୍ତ୍ରବିରତି ପାଇଁ ଆଞ୍ଚଳିକ ମଧ୍ୟସ୍ଥତା ପ୍ରୟାସ ଏବେ ଅଧା ବାଟରେ ଅଟକି ରହିଛି ।

ତେହେରାନ ମଧ୍ୟସ୍ଥତି ମାନଙ୍କୁ ସ୍ପଷ୍ଟ ଭାବରେ କହିଛି,ଆଲୋଚନା ପାଇଁ ନିଜର ଅଧିକାରୀମାନଙ୍କୁ ଇସଲାମାବାଦ ପଠାଇବାକୁ ଆମେ ଇଚ୍ଛୁକ ନୁହଁ ।ଇରାନ ଆମେରିକାର ଦାବିକୁ ପ୍ରତ୍ୟାଖ୍ୟାନ କରି ଆଲୋଚନା ପାଇଁ ବର୍ତ୍ତମାନର ଢାଞ୍ଚାରେ ବିରାମ ଲଗାଇଛି। ଇରାନ ମଧ୍ୟସ୍ଥତାକାରୀଙ୍କୁ କହିଛି,ୱାସିଂଟନର ଦାବିଗୁଡ଼ିକୁ ଗ୍ରହଣୀୟ ନୁହେଁ। ଫଳରେ ଏନେଇ ତୁର୍କୀ ଏବଂ ଇଜିପ୍ଟକୁ ଆଲୋଚନା ପୁନଃଆରମ୍ଭ କରିବା ତଥା ଦୋହା କିମ୍ବା ଇସ୍ତାନବୁଲ ଭଳି ନୂତନ ସ୍ଥାନକୁ ଆଲୋଚନା ପାଇଁ ବିଚାର କରିବା ଲାଗି ନୂତନ ପ୍ରସ୍ତାବ ଉପରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଇରାନ ସନ୍ଦେହ କରୁଛି, ରାଷ୍ଟ୍ରପତି ଡୋନାଲ୍ହ ଟ୍ରମ୍ପଙ୍କ ଦ୍ୱାରା ଇସଲାମାବାଦକୁ ଆଲୋଚନା ସ୍ଥାନ ଭାବରେ ବାଛିବା ଇରାନୀ ନେତାମାନଙ୍କୁ ହତ୍ୟା କରିବା ପାଇଁ ଏକ ଚାଲ୍ ହୋଇପାରେ। ଇରାନ ବିଶ୍ୱାସ କରେ, ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା କରିବାର ସମ୍ପୂର୍ଣ୍ଣ ଉଦ୍ଦେଶ୍ୟ ହେଉଛି ଇରାନୀମାନଙ୍କୁ ସେମାନଙ୍କ ଲୁଚି ରହିଥିବା ସ୍ଥାନରୁ ବାହାର କରିବା। ଯାହା ଦ୍ଵାରା ଟ୍ରମ୍ପ ସେମାନଙ୍କୁ ହତ୍ୟା କରିପାରିବେ।ଏହି ସମୟରେ, ଏକ ଆକ୍ସିଓସ୍ ରିପୋର୍ଟରେ କୁହାଯାଇଛି ଯେ, ଆମେରିକା ଏବଂ ଇରାନ ମଧ୍ୟରେ ଏକ ସମ୍ଭାବ୍ୟ ଚୁକ୍ତି ସମ୍ପର୍କରେ ଆଲୋଚନା ଚାଲିଛି। ସେଥିରେ ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ବଦଳରେ ଏକ ଅସ୍ତ୍ରବିରତି ପାଇଁ ରାଜି ହେବା ଅନ୍ତର୍ଭୁକ୍ତ କରାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Report Card Odia