Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆଜି ରାତିରେ ପୁଣି ବଢିପାରେ ମହାନଦୀ ଜଳସ୍ତର, ହୀରାକୁଦରୁ ୨୨ଟି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ଆଜି ରାତିରେ ପୁଣି ବଢିପାରେ ମହାନଦୀ ଜଳସ୍ତର, ହୀରାକୁଦରୁ ୨୨ଟି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସକାଳ 1 week ago

ଭୁବନେଶ୍ୱର: କମୁଛି ମହାନଦୀର ଜଳସ୍ତର । ସକାଳୁ ମୁଣ୍ଡଳୀ ଠାରେ ୭ ଲକ୍ଷ ୨୦ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଇଥିବା ବେଳେ ଆଜି ରାତିରେ ପୁଣି ମହାନଦୀ ବୃଦ୍ଧି ପାଇବାର ଆଶଙ୍କା ରହିଛି । ଉପର ମୁଣ୍ଡରେ ଲଗାଣ ବର୍ଷା ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଗତକାଲି ପର୍ଯ୍ୟାୟ କ୍ରମେ ୨୦ ଟି ଗେଟ ଖୋଲାଯାଇଥିବା ବେଳେ ମୋଟ ୨୨ ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି ।

ପାଖାପାଖି ୩ ଲକ୍ଷ କ୍ୟୁସେକ ବନ୍ୟାଜଳ ନିଷ୍କାସନ କରାଯାଉଥିବା ବେଳେ ଏହା ମୁଣ୍ଡଳୀ ଠାରେ ପହଁଚିଲେ ମହାନଦୀର ଜଳସ୍ତର ଆହୁରି ଅଧିକ ହେବାର ଆଶଙ୍କା ରହିଛି ।

ମହାନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ପ୍ରଶାସନ ପକ୍ଷରୁ ତଳମୁଣ୍ଡରେ ଥିବା ଗେଜ୍ ଷ୍ଟେସନଗୁଡ଼ିକ ଉପରେ କଡ଼ା ନଜର ରଖାଯାଇଛି। ନଦୀର ତଳମୁଣ୍ଡ ଏବଂ ଶାଖା ନଦୀ କୂଳରେ ଥିବା ତଳିଆ ଅଞ୍ଚଳର ବାସିନ୍ଦାମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଡ୍ୟାମ୍ କର୍ତ୍ତୃପକ୍ଷ କ୍ୟାଚମେଣ୍ଟ ଏରିଆରେ ବର୍ଷାର ପରିମାଣ ଓ ଜଳପ୍ରବାହ ଉପରେ ନିରନ୍ତର ନଜର ରଖି ଗେଟ୍ ପରିଚାଳନା କରୁଛନ୍ତି।

ଉପରମୁଣ୍ଡରେ ଲଗାଣ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ବର୍ଦ୍ଧିତ ଜଳସ୍ତର ଏବଂ ଇନଫ୍ଲୋକୁ ନିୟନ୍ତ୍ରଣ କରିବା ପାଇଁ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମୋଟ ୨୨ଟି ଗେଟ୍ ଖୋଲାଯାଇଛି। ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ସର୍ବଶେଷ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୫.୪୭ ଫୁଟରେ ପହଞ୍ଚିଛି ଏବଂ ଏହା ଉପରମୁହାଁ ରହିଛି। ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ହେଉଛି ୬୩୦ ଫୁଟ। ବର୍ତ୍ତମାନ ଜଳଭଣ୍ଡାର ଭିତରକୁ ହାରାହାରି ୪,୧୫,୦୧୭ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ବାହାରକୁ ହାରାହାରି ୩,୮୯,୬୦୩ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି।

ମୋଟ ନିଷ୍କାସିତ ଜଳ ମଧ୍ୟରୁ ସ୍ପିଲ୍‌ୱେ ଦେଇ ସର୍ବାଧିକ ୩,୫୪,୦୦୨ କ୍ୟୁସେକ୍ ଜଳ ଛଡ଼ାଯାଉଛି। ସେହିପରି ପାୱାର୍ ଚ୍ୟାନେଲ୍ ଦେଇ ୩୧,୭୫୯ କ୍ୟୁସେକ୍, ଶିଳ୍ପ ବ୍ୟବହାର ପାଇଁ ୨୪୭ କ୍ୟୁସେକ୍ ଏବଂ ବିଭିନ୍ନ କେନାଲ୍ (ମୁଖ୍ୟତଃ ବିଏମ୍‌ସି, ଏସ୍‌ଏମ୍‌ସି ଏବଂ ଏସ୍‌ବିପି) ଦେଇ ୩,୫୯୫ କ୍ୟୁସେକ୍ ଜଳ ଛଡ଼ାଯାଉଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Sakala