Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ହର୍ମୁଜ ପ୍ରଣାଳୀ ପାର କରି ୨୦ ଲକ୍ଷ ବ୍ୟାରେଲ ତୈଳ ସହ ପାରାଦୀପରେ ପହଞ୍ଚିଲା MT SANMAR HERALD

ହର୍ମୁଜ ପ୍ରଣାଳୀ ପାର କରି ୨୦ ଲକ୍ଷ ବ୍ୟାରେଲ ତୈଳ ସହ ପାରାଦୀପରେ ପହଞ୍ଚିଲା MT SANMAR HERALD

ସକାଳ 2 weeks ago

ପାରାଦୀପ: ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ହର୍ମୁଜ ପ୍ରଣାଳୀ ପାର କରି ପାରାଦୀପରେ ପହଞ୍ଚିଲା ତୈଳବାହୀ ଜାହାଜ । ହର୍ମୁଜ ପ୍ରଣାଳୀ ପାର କରି ୨୦ ଲକ୍ଷ ବ୍ୟାରେଲ ତୈଳ ସହ ପାରାଦୀପରେ ପହଞ୍ଚିଲା MT SANMAR HERALD ଜାହାଜ । ସୂଚନା ଅନୁଯାୟୀ, ଇରାକରୁ ଅଶୋଧିତ ତୈଳ ବୋଝେଇ କରିବା ପରେ ଜାହାଜଟି ମଧ୍ୟପ୍ରାଚ୍ୟରେ ହଠାତ ଆରମ୍ଭ ହୋଇଥିବା ଯୁଦ୍ଧ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା ।

ଭାରତୀୟ ନୌସେନା ସହ ନିରନ୍ତର ଯୋଗାଯୋଗରେ ରହି ଜାହାଜର କ୍ରୁ ମେମ୍ବର ମାନେ ଯାତ୍ରା ଜାରି ରଖିଥିଲା । ଜାହାଜଟି ଯାତ୍ରାପଥ ବଦଳାଇ ସୁରକ୍ଷିତ ଭାବେ ଭାରତ ଅଭିମୁଖେ ଯାତ୍ରା ଜାରି ରଖିଥିଲା।

ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ବେଳେ ଶତ୍ରୁପକ୍ଷର ଆକ୍ରମଣ ଯୋଗୁଁ ଜାହାଜର ବ୍ରିଜ୍‌ ଅଂଶ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା । ଭୟାବହ ପରିସ୍ଥିତିରେ ମଧ୍ୟ ଜାହାଜର ମାଷ୍ଟର ଏବଂ କ୍ରୁ ମେମ୍ବରମାନେ ଅସୀମ ଧୈର୍ଯ୍ୟ ଏବଂ ବୃତ୍ତିଗତ ଦକ୍ଷତାର ପରିଚୟ ଦେଇ ସମସ୍ତଙ୍କ ସୁରକ୍ଷା ନିଶ୍ଚିତ କରିଥିଲେ । ଆଶ୍ୱସ୍ତିର ବିଷୟ, ସାରା ସଂଘର୍ଷମୟ ମିଶନରେ ସମସ୍ତ ଅଫିସର ଏବଂ କ୍ରୁ ସଦସ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ସବୁ ବାଧାବିଘ୍ନ ଟପି ପାରାଦୀପରେ ପହଞ୍ଚିବା ପରେ ବନ୍ଦର କର୍ତ୍ତୃପକ୍ଷ ପକ୍ଷରୁ କ୍ୟାପଟେନ୍ ଓ ନାବିକମାନଙ୍କୁ ସମ୍ବର୍ଦ୍ଧନା ଜଣାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Sakala