Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କଙ୍ଗନା-ସୋନାକ୍ଷୀଙ୍କ ମଧ୍ୟରେ ବାକ୍‌ଯୁଦ୍ଧ: ଅଭିନେତ୍ରୀଙ୍କ ପୋଷାକକୁ 'ପକେଟମାର୍' କହି ଟାର୍ଗେଟ୍ କଲେ କଙ୍ଗନା

କଙ୍ଗନା-ସୋନାକ୍ଷୀଙ୍କ ମଧ୍ୟରେ ବାକ୍‌ଯୁଦ୍ଧ: ଅଭିନେତ୍ରୀଙ୍କ ପୋଷାକକୁ 'ପକେଟମାର୍' କହି ଟାର୍ଗେଟ୍ କଲେ କଙ୍ଗନା

ସକାଳ 1 week ago

ଲିଉଡର ଦୁଇ ଜଣାଶୁଣା ଅଭିନେତ୍ରୀ କଙ୍ଗନା ରଣାୱତ ଏବଂ ସୋନାକ୍ଷୀ ସିହ୍ନାଙ୍କ ମଧ୍ୟରେ ଏକ ନୂଆ ବିବାଦ ମୁଣ୍ଡ ଟେକୁଥିବା ଚର୍ଚ୍ଚା ହେଉଛି। ନିକଟରେ କଙ୍ଗନା ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଥିଲେ, ଯେଉଁଥିରେ ସେ ବିନା ନାମରେ ଜଣେ ଅଭିନେତ୍ରୀଙ୍କୁ କଟାକ୍ଷ କରିଥିଲେ। ତାଙ୍କର ଏହି ପୋଷ୍ଟ ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଅନୁମାନ କରୁଛନ୍ତି ଯେ ଏହା ସୋନାକ୍ଷୀ ସିହ୍ନା ଙ୍କ ଉଦ୍ଦେଶ୍ୟରେ କୁହାଯାଇଛି।

ଇନଷ୍ଟାଗ୍ରାମ୍ ଷ୍ଟୋରୀରେ କ'ଣ ଲେଖିଥିଲେ କଙ୍ଗନା?

ନିକଟରେ ଇଣ୍ଟରନେଟରେ ଏକ ଖବର ଭାଇରାଲ ହୋଇଥିଲା ଯେ କଙ୍ଗନା ରଣାୱତ ଏକ ସୋସିଆଲ ମିଡିଆ ପୋଷ୍ଟକୁ ଲାଇକ୍ କରିଛନ୍ତି, ଯେଉଁଥିରେ ଜଣେ ଅଭିନେତ୍ରୀଙ୍କ ଓଜନକୁ ନେଇ ତାଚ୍ଛଲ୍ୟ (ବଡି ସେମିଙ୍ଗ୍) କରାଯାଇଥିଲା। ତେବେ ଏହାକୁ ଖଣ୍ଡନ କରି କଙ୍ଗନା ତାଙ୍କ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ସ୍ପଷ୍ଟୀକରଣ ଦେଇ ଲେଖିଛନ୍ତି ଯେ, 'ମୁଁ କେବେବି କାହାର ବଡି ସେମିଙ୍ଗ୍ କରେ ନାହିଁ। କିନ୍ତୁ ମୁଁ ଦେଖୁଛି ଯେ ଆଜିକାଲି ଜଣେ ଅଭିନେତ୍ରୀ ପୁରା ପକେଟମାର୍ (ପକେଟମାରୁଥିବା ବ୍ୟକ୍ତି) ଭଳି ପୋଷାକ ପିନ୍ଧୁଛନ୍ତି ଏବଂ କଥାବାର୍ତ୍ତା କରୁଛନ୍ତି।' ଏହା ସହିତ ଆନ୍ଦୋଳନକାରୀଙ୍କ 'ଗଟରଛାପ୍' ଆଚରଣକୁ ସେ ପ୍ରୋତ୍ସାହିତ କରୁଥିବା କଙ୍ଗନା ଅଭିଯୋଗ କରିଛନ୍ତି।

ସୋନାକ୍ଷୀଙ୍କ ଉପରେ କାହିଁକି ସନ୍ଦେହ?

ସୋନାକ୍ଷୀ ସିହ୍ନା ନିକଟରେ ଦିଲ୍ଲୀର ଜନ୍ତର ମନ୍ତରଠାରେ ଛାତ୍ର ଆନ୍ଦୋଳନ ଏବଂ ପରିବେଶବିତ୍ ସୋନମ୍ ୱାଙ୍ଗଚୁକ୍ଙ୍କ ଅନଶନକୁ ସମର୍ଥନ କରିଥିଲେ। ସେ ଏକ ଭିଡିଓ ବାର୍ତ୍ତା ଜାରି କରିଥିଲେ, ଯେଉଁଥିରେ ସେ ଟି-ସାର୍ଟ, ହାଫ୍ ପ୍ୟାଣ୍ଟ ଏବଂ ଓଲଟା ଟୋପି ପିନ୍ଧିଥିବାର ନଜର ଆସିଥିଲେ। କଙ୍ଗନା ନିଜ ପୋଷ୍ଟରେ ଅଭିନେତ୍ରୀଙ୍କର ଏହି 'ହାଫ୍ ପ୍ୟାଣ୍ଟ ଏବଂ ଓଲଟା କ୍ୟାପ୍' ପିନ୍ଧିବା ଶୈଳୀକୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। ଏଣୁ ଇଣ୍ଟରନେଟ୍ ୟୁଜର୍ସ ସିଧାସଳଖ ସୋନାକ୍ଷୀଙ୍କୁ ଏହି ଟାର୍ଗେଟର ଶିକାର ବୋଲି ଭାବୁଛନ୍ତି।

ଛାତ୍ର ଆନ୍ଦୋଳନ ଓ ବିବାଦ

ଗୋଟିଏ ପଟେ ନିଟ୍ (NEET) ପେପର ଲିକ୍ ମାମଲାରେ ସ୍ୱର ଉତ୍ତୋଳନ କରିଥିବା ଉକ୍ତ ଅଭିନେତ୍ରୀ ଝାଡ଼ଖଣ୍ଡ ପେପର ଲିକ୍ ଘଟଣାରେ ଚୁପ୍ ରହିବାକୁ ନେଇ ସମାଲୋଚନାର ଶିକାର ହେଉଛନ୍ତି। ଏହା ସହିତ ନିକଟରେ ୨୩ ଜୁନ୍ ୨୦୨୪ରେ ଅଭିନେତା ଜହିର ଇକବାଲଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ସୋନାକ୍ଷୀଙ୍କ ବ୍ୟକ୍ତିଗତ ଜୀବନକୁ ମଧ୍ୟ କିଛି ଇଣ୍ଟରନେଟ୍ ବ୍ୟବହାରକାରୀ ଏହି ବିବାଦ ସହ ଯୋଡୁଛନ୍ତି। ତେବେ ଉଭୟ ଅଭିନେତ୍ରୀ ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ କୌଣସି ନାମ ନେଇ ନାହାନ୍ତି, କିନ୍ତୁ ସୋସିଆଲ ମିଡିଆରେ ଏହି ଛକାପଞ୍ଝା ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Sakala