Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ନ୍ୟାୟ ପାଇଁ ପ୍ରେମିକ ଘର ଆଗରେ ଧାରଣାରେ ବସିଥିବା ପ୍ରେମିକାକୁ ନିର୍ମମ ହତ୍ୟା !

ନ୍ୟାୟ ପାଇଁ ପ୍ରେମିକ ଘର ଆଗରେ ଧାରଣାରେ ବସିଥିବା ପ୍ରେମିକାକୁ ନିର୍ମମ ହତ୍ୟା !

ସକାଳ 6 months ago

ଗଞ୍ଜାମ: ନ୍ୟାୟ ପାଇଁ ପ୍ରେମିକ ଘର ଆଗରେ ଧାରଣାରେ ବସିଥିଲେ ପ୍ରେମିକା । ଟାଙ୍ଗିଆରେ ହାଣି ହତ୍ୟା କଲା ପ୍ରେମିକର ସାନ ଭାଇ । ହିଞ୍ଜିଳି ଥାନା ଖିରିଡ଼ା ଗାଁରେ ଘଟିଛି ରପରି ବୀଭତ୍ସ ହତ୍ୟାକାଣ୍ଡ । ହିଞ୍ଜିଳି ପୋଲିସ ଅଭିଯୁକ୍ତ ସାନ ଭାଇଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି।

ସୂଚନା ଅନୁସାରେ, ମୃତ ମହିଳାଙ୍କ ଘର ରମ୍ବା ଥାନା ଅଗସ୍ଥି ନୁଆଗାଁରେ।

ତିନି ବର୍ଷ ତଳେ ସୋସିଆଲ ମିଡିଆରୁ ତାଙ୍କର କେ. ଖରିଡ଼ା ଗ୍ରାମର ଚିଣ୍ଟୁ ଗୌଡ଼ଙ୍କ ସହ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ପ୍ରଥମେ ଅନଲାଇନରେ କଥାବାର୍ତ୍ତା ପରେ ମିଳାମିଶା କରିଥିଲେ। ଏହା ପରେ ସେମାନେ ମନ୍ଦିରରେ ବିବାହ କରିଥିଲେ। ଉଭୟଙ୍କର ତିନି ବର୍ଷର କନ୍ୟା ସନ୍ତାନ ଥିବା ବେଳେ, ମହିଳା ଜଣକ ଛଅ ମାସର ଗର୍ଭବତୀ ମଧ୍ୟ ଥିଲେ।

ତେବେ ପ୍ରାୟ ଛଅ ମାସ ହେଲା ଉଭୟ ପୁରୀରେ ଭଡ଼ାରେ ରହୁଥିଲେ। କିନ୍ତୁ ୧୫ ଦିନ ତଳେ ଚିଣ୍ଟୁ ମହିଳାଙ୍କୁ ତାଙ୍କ ଘରଲୋକଙ୍କ ସହ ଦେଖା କରାଇବାକୁ କହି ବ୍ରହ୍ମପୁର ଷ୍ଟେସନରେ ଛାଡ଼ି ଚାଲିଯାଇଥିଲେ। ଏନେଇ ହିଞ୍ଜିଳି ଥାନାର ଦ୍ଵାରସ୍ଥ ହୋଇଥିଲେ ଉକ୍ତ ମହିଳା । ହେଲେ ନ୍ୟାୟ ନମିଳିବାରୁ ଗତକାଲି ଠାରୁ ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିଥିଲେ। କିନ୍ତୁ ଆଜି ଚିଣ୍ଟୁ ଗୌଡ଼ର ସାନ ଭାଇର ଟାଙ୍ଗିଆ ଚୋଟରେ ତାଙ୍କର ଜୀବନ ଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Sakala