Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରେଭେନ୍ସା ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ର ଅଶାନ୍ତି: ଡେପୁଟି ୱାର୍ଡେନଙ୍କ ଇସ୍ତଫା ଦାବିରେ ଅନଶନ

ରେଭେନ୍ସା ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ର ଅଶାନ୍ତି: ଡେପୁଟି ୱାର୍ଡେନଙ୍କ ଇସ୍ତଫା ଦାବିରେ ଅନଶନ

ସକାଳ 1 week ago

ଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ତୀବ୍ର ରୂପ ନେଇଛି। ଡେପୁଟି ୱାର୍ଡେନଙ୍କ ଇସ୍ତଫା ଦାବି କରି ଇଷ୍ଟ ହଷ୍ଟେଲର ଅନ୍ତେବାସୀମାନେ ଗତ ୨୪ ଘଣ୍ଟାରୁ ଅଧିକ ସମୟ ଧରି ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଏବଂ ଧାରଣାରେ ବସିଛନ୍ତି। ହଷ୍ଟେଲ ଅନ୍ତେବାସୀଙ୍କ ପ୍ରତି ଡେପୁଟି ୱାର୍ଡେନଙ୍କ ମନମୁଖୀ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଏହି ଆନ୍ଦୋଳନ ଡାକରା ଦିଆଯାଇଛି।

ଗତ ଅଗଷ୍ଟ ୧ ତାରିଖ ରାତିରେ ହଷ୍ଟେଲରେ ଫ୍ରେଣ୍ଡସିପ୍ ଡେ' ବା ବନ୍ଧୁତା ଦିବସ ପାଳନ କରାଯିବା ପରେ ବିବାଦର ସୂତ୍ରପାତ ହୋଇଥିଲା। ଛାତ୍ରମାନଙ୍କ ଅଭିଯୋଗ ଅନୁଯାୟୀ, ଡେପୁଟି ୱାର୍ଡେନ ବିନା କୌଣସି ପୂର୍ବ ସୂଚନାରେ ହଷ୍ଟେଲରେ ପ୍ରବେଶ କରି ଦୁଇଟି ରୁମରେ ତାଲା ପକାଇ ଦେଇଥିଲେ। ଜଣେ ଛାତ୍ରଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯିବା ସହ ତାଙ୍କ ରୁମରେ ତାଲା ପକାଇ ତୁରନ୍ତ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏପରିକି ଉକ୍ତ ଛାତ୍ରଙ୍କ ବିରୋଧରେ ବୟାନ ଦେବାକୁ ଅନ୍ୟ ଅନ୍ତେବାସୀଙ୍କ ଉପରେ ଚାପ ପକାଯାଉଥିବା ଅଭିଯୋଗ ହୋଇଛି, ଯାହା ଛାତ୍ରମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।

ଶତାଧିକ ଛାତ୍ର ହାତରେ ପ୍ଲାକାର୍ଡ ଧରି ଏବଂ ଘଣ୍ଟ ବାଡ଼େଇ ଇଷ୍ଟ ହଷ୍ଟେଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଆନ୍ଦୋଳନ ଫଳରେ ହଷ୍ଟେଲର ସ୍ୱାଭାବିକ କାର୍ଯ୍ୟକଳାପ ବ୍ୟାହତ ହୋଇଛି। ରବିବାର ଠାରୁ ହଷ୍ଟେଲର ମେସ୍ ବନ୍ଦ ରହିଥିବା ଛାତ୍ରମାନେ ପ୍ରକାଶ କରିଛନ୍ତି। ଯେପର୍ଯ୍ୟନ୍ତ ଡେପୁଟି ୱାର୍ଡେନଙ୍କ ଇସ୍ତଫା ଦାବି ପୂରଣ ନହୋଇଛି, ସେପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରମାନେ ଚେତାବନୀ ଦେଇଛନ୍ତି।

ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ରବିବାର ରାତି ଏବଂ ସୋମବାର ଦିନ ଆନ୍ଦୋଳନରତ ଛାତ୍ରମାନଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିପାରି ନାହିଁ। ଚିଫ୍ ୱାର୍ଡେନ ସୁଦର୍ଶନ ମିଶ୍ର ରୁମରେ ତାଲା ପଡ଼ିଥିବା ଘଟଣାକୁ ସ୍ୱୀକାର କରିଛନ୍ତି ଏବଂ ଏହି ଘଟଣାର ତଦନ୍ତ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଛାତ୍ରମାନେ ଏହି ପ୍ରତିଶ୍ରୁତିକୁ ପ୍ରତ୍ୟାଖ୍ୟାନ କରିବା ସହ ଡେପୁଟି ୱାର୍ଡେନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଦ୍ ଧରି ବସିଛନ୍ତି। ଗତକାଲିଠାରୁ ବାରମ୍ବାର ଆଲୋଚନା ସତ୍ତ୍ୱେ କୌଣସି ସମାଧାନର ବାଟ ବାହାରିପାରି ନାହିଁ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Sakala