Dailyhunt
ରିଲିଜ୍ ହେଲା 'ଡାକୋଇଟ୍‌' ଟ୍ରେଲର: ଅଦିଭି ଶେଷ ଓ ମୃଣାଳ ଠାକୁରଙ୍କ ଦମଦାର ଆକ୍ସନ, ଜାଣନ୍ତୁ କେବେ ହେବ ମୁକ୍ତିଲାଭ

ରିଲିଜ୍ ହେଲା 'ଡାକୋଇଟ୍‌' ଟ୍ରେଲର: ଅଦିଭି ଶେଷ ଓ ମୃଣାଳ ଠାକୁରଙ୍କ ଦମଦାର ଆକ୍ସନ, ଜାଣନ୍ତୁ କେବେ ହେବ ମୁକ୍ତିଲାଭ

ସକାଳ 6 days ago

ମୁମ୍ବାଇ: ବହୁ ପ୍ରତିକ୍ଷିତ ଆକ୍ସନ-ଡ୍ରାମା ଚଳଚ୍ଚିତ୍ର 'ଡାକୋଇଟ୍‌'ର ହିନ୍ଦୀ ଟ୍ରେଲର ଆଜି ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଦକ୍ଷିଣ ଭାରତୀୟ ସୁପରଷ୍ଟାର ଅଦିଭି ଶେଷ ଏବଂ ବଲିଉଡ ଅଭିନେତ୍ରୀ ମୃଣାଳ ଠାକୁର ନଜର ଆସିଛନ୍ତି। ଏହି ଫିଲ୍ମ ମାଧ୍ୟମରେ ଅଦିଭି ଶେଷ ନିଜର ଏକ ନିଆରା ଅନ୍ଦାଜରେ ଦର୍ଶକଙ୍କ ସାମ୍ନାକୁ ଆସୁଥିବା ବେଳେ ଟ୍ରେଲରଟି ବେଶ ପ୍ରଭାବଶାଳୀ ହୋଇଛି।

ଆସନ୍ତା ଅପ୍ରେଲ ୧୦ ତାରିଖରେ ଏହି ଚଳଚ୍ଚିତ୍ରଟି ସିନେମା ହଲରେ ମୁକ୍ତିଲାଭ କରିବ।

ସେନିଲ୍ ଦେଓଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଅଦିଭି ଏବଂ ମୃଣାଳଙ୍କ ବ୍ୟତୀତ ଅନୁରାଗ କଶ୍ୟପ, ପ୍ରକାଶ ରାଜ, ସୁନୀଲ ଏବଂ ଅତୁଲ କୁଲକର୍ଣ୍ଣିଙ୍କ ପରି ଦିଗ୍ଗଜ କଳାକାରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରର କାହାଣୀ ଏବଂ ଚିତ୍ରନାଟ୍ୟ ଅଦିଭି ଶେଷ ଏବଂ ସେନିଲ୍ ଦେଓ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି। ଟ୍ରେଲରରେ ଆକ୍ସନ ସିନ୍ ଗୁଡିକ ବେଶ ଚମତ୍କାର ହୋଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶକ ଭୀମ୍ସ ସିସିରୋଲିଓଙ୍କ ସଙ୍ଗୀତ ଏଥିରେ ରୋମାଞ୍ଚ ଭରି ଦେଇଛି।

ଏହି ଚଳଚ୍ଚିତ୍ରଟି ଅନ୍ନପୂର୍ଣ୍ଣା ଷ୍ଟୁଡିଓ ଏବଂ ଏସ.ଏସ. କ୍ରିଏସନ୍ସର ମିଳିତ ସହଯୋଗରେ ପ୍ରସ୍ତୁତ କରାଯାଇଛି। ସୁପ୍ରିୟା ୟାରଲାଗଡ୍ଡା ଏହାର ପ୍ରଯୋଜନା ଭାର ଗ୍ରହଣ କରିଛନ୍ତି। ସୋନି ମ୍ୟୁଜିକ ଇଣ୍ଡିଆ ପକ୍ଷରୁ ଏହାର ସଙ୍ଗୀତ ଜାରି କରାଯାଇଛି। ଏକ ଶକ୍ତିଶାଳୀ କାହାଣୀ ସହିତ ଉଚ୍ଚକୋଟୀର ଆକ୍ସନ ଦେଖିବାକୁ ଚାହୁଁଥିବା ଦର୍ଶକଙ୍କ ପାଇଁ 'ଡାକୋଇଟ୍‌' ଏକ ଭଲ ମନୋରଞ୍ଜନର ଖୋରାକ ଯୋଗାଇବ ବୋଲି ଆଶା କରାଯାଉଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Sakala