Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Saturday Horoscope: ଶନିବାର ରାଶିଫଳ (୦୧-୦୮-୨୦୨୬)

Saturday Horoscope: ଶନିବାର ରାଶିଫଳ (୦୧-୦୮-୨୦୨୬)

ସକାଳ 2 weeks ago

ମେଷ: ଆଜି ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ। ଦୀର୍ଘ ଦିନର ଆଶା ପୂରଣ ହୋଇପାରେ। ଆୟ ଓ ବ୍ୟୟ ସମାନ ରହିବ। ମାନ ସମ୍ମାନ ବୃଦ୍ଧି ପାଇବ।

ବୃଷ: ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ମିଳିପାରେ। ପରିବାର ଲୋକଙ୍କ ସହ ହସଖୁସିର ସମୟ ବିତାଇବେ। ବ୍ୟବସାୟରେ ଲାଭ ମିଳିପାରେ। ଗୁରୁଜନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିପାରନ୍ତି।

ମିଥୁନ: କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। ଯୋଜନା ଅନୁଯାୟୀ କାମ କରିବେ। ସକାରାତ୍ମକ ଚିନ୍ତାଧାରା ସହିତ ଆଗକୁ ବଢ଼ିବେ। ଅଫିସ୍‌ କାର୍ଯ୍ୟ ପାଇଁ ବିଦେଶ ଯାତ୍ରା କରିପାରନ୍ତି।

କର୍କଟ: ପୁରୁଣା ନିବେଶରୁ ଲାଭ ମିଳିପାରେ। ବ୍ୟବହାରରେ ସଂଯମତା ରକ୍ଷା କରିବେ। ଜୀବନସାଥୀଙ୍କ ସହ ବୁଲିବାକୁ ଯିବେ। ସାମାଜିକ କାର୍ଯ୍ୟରେ ସାମିଲ ରହିପାରନ୍ତି।

ସିଂହ: ଅଚାନକ ଖୁସି ଖବର ମିଳିପାରେ। ପରିବାର ସଦସ୍ୟଙ୍କ ସହଯୋଗ ମିଳିବ। ବିବାହ ପ୍ରସ୍ତାବ ସ୍ଥିର ହେବ। କଳା କ୍ଷେତ୍ରରେ ରୁଚି ବଢ଼ିବ। ଆଇଟି କର୍ମଚାରୀଙ୍କ ପାଇଁ ଦିନଟି ଭଲ।

କନ୍ୟା: ବ୍ୟବସାୟରୁ ଲାଭ ମିଳିବ। ଅଫିସ୍‌ରେ ପଦୋନ୍ନତି ସମ୍ଭାବନା ଅଛି। ଲୋକ ସମ୍ପର୍କ ବୃଦ୍ଧି ପାଇବ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। ବାପାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିପାରନ୍ତି।

ତୁଳା: କୋର୍ଟକଚେରୀ ମାମଲାରେ ବିଜୟ ଲାଭ କରିବେ। ପାରିବାରିକ ବିବାଦ ଦେଖା ଦେବ। ଧୈର୍ଯ୍ୟ ରଖି ଚାଲିବେ। ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ରହିପାରନ୍ତି।

ବିଛା: ଆଜି ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। କାର୍ଯ୍ୟରେ ବାଧା ଆସିପାରେ। ବ୍ୟବସାୟୀଙ୍କୁ ଲାଭ ମିଳିବ। ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଦେଖା ଦେଇପାରେ। ରାଜନେତାଙ୍କ ପାଇଁ ଦିନଟି ଭଲ।

ଧନୁ: କର୍ମ ଚଞ୍ଚଳ ରହିବେ। ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ଆତ୍ମବିଶ୍ବାସ ବୃଦ୍ଧି ପାଇବ। ଅଫିସ୍‌ କାର୍ଯ୍ୟରେ ସମସ୍ୟା ଆସିପାରେ। ଉଧାର ଦେଇଥିବା ଟଙ୍କା ଫେରି ପାଇବେ। ଧୈର୍ଯ୍ୟ ରଖି କାମ କରନ୍ତୁ।

ମକର: ପରିବାର ସଦସ୍ୟଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। ସ୍ବାସ୍ଥ୍ୟ ପ୍ରତି ସଚେତନ ହେବେ। ଆଣ୍ଠୁଗଣ୍ଠି ସମସ୍ୟା ହୋଇପାରେ।

କୁମ୍ଭ: ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଧାର କରଜରୁ ଦୂରେଇ ରହିବେ। ଆଇଟି ଓ ବ୍ୟାଙ୍କ କ୍ଷେତ୍ରରେ ସଫଳ ହେବେ। ବ୍ୟବସାୟ ପାଇଁ ନୂଆ ଯୋଜନା କରିପାରନ୍ତି। ଅତିଥି ସତ୍କାର କରିପାରନ୍ତି।

ମୀନ: ଦିନଟି ବ୍ୟସ୍ତତା ଭିତରେ କଟିବ। ଆଶା ପୂରଣ ହେବ। ଧନଲାଭ ଯୋଗ ଅଛି। ଆର୍ଥିକ ସ୍ଥିତି ମଜଭୁତ୍ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଯୋଜନା ମୁତାବକ କାମ କରିବେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Sakala