Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

୨୦୨୭ ଦିନିକିଆ ବିଶ୍ବକପ; ୧୨ଟି ଭେନ୍ୟୁରେ ଖେଳାଯିବ ମ୍ୟାଚ୍‌ ; ଦକ୍ଷିଣ ଆଫ୍ରିକାର ୮, ଜିମ୍ବାୱେ ୩ ଓ ନାମ୍ବିଆର ଗୋଟିଏ ଷ୍ଟାଡ଼ିୟମରେ ମ୍ୟାଚ

ସମାଜ 2 weeks ago

ଦୁବାଇ : ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ଚତୁର୍ଦଶତମ ସଂସ୍କରଣ-୨୦୨୭ ଅକ୍ଟୋବର ୪ରୁ ନଭେମ୍ବର ୧୧ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମ୍ବିଆରେ ଖେଳାଯିବ। ମ୍ୟାଚ ୩ଟି ଦେଶର ମୋଟ୍‌ ୧୨ଟି ଭେନ୍ୟୁରେ ଖେଳାଯିବ। ଦିନିକିଆ କ୍ରିକେଟ ବିଶ୍ବକପ ଦୀର୍ଘ ୨୪ ବର୍ଷ ପରେ ଦକ୍ଷିଣ ଆଫ୍ରିକାକୁ ଫେରିଥିବା ବେଳେ ଶୁକ୍ରବାର ଜୋହାନସବର୍ଗରେ ଏକ ଭବ୍ୟ ଉତ୍ସବରେ ଆଗାମୀ ସଂସ୍କରଣ ଲାଗି ଆଇସିସି ପକ୍ଷରୁ ଭେନ୍ୟୁ ଘୋଷଣା କରାଯାଇଛି।

ଏହି ଅବସରରେ ପ୍ରତିଯୋଗିତାର ଆନୁଷ୍ଠାନିକ ବ୍ରାଣ୍ଡ ପରିଚୟ 'ତିନି ରାଷ୍ଟ୍ର ଏକ ହୃଦ୍‌ସ୍ପନ୍ଦନ' ୩ ସହ ଆୟୋଜକଙ୍କ ମଧ୍ୟରେ ଥିବା ଏକତା ଘୋଷଣା କରାଯାଇଥିଲା। ପୂର୍ବରୁ ୨୦୦୩ରେ ଦକ୍ଷିଣ ଆଫ୍ରିକ​‌ା, ଜିମ୍ବାୱେ ଓ କେନିଆରେ ଦିନିକିଆ ବିଶ୍ବକପର ୮ମ ସଂସ୍କରଣ ଆୟୋଜିତ ହୋଇଥିଲା। ୨୦୨୭ ଦିନିକିଆ ବିଶ୍ବକପରେ ୧୪ଟି ଦଳ ଅଂଶଗ୍ରହଣ କରିବାବେଳେ ମୋଟ୍‌ ୫୭ଟି ମ୍ୟାଚ ଖେଳାଯିବ। ୧୪ଟି ଦଳକୁ ୭-୭ଟି ଲେଖାଏଁ କରି ଦୁଇଟି ଗ୍ରୁପରେ ବିଭକ୍ତ କରାଯିବ।

ପ୍ରତ୍ୟେକ ଗ୍ରୁପର ଶୀର୍ଷ ୩ଟି ଦଳ ଏବଂ ଚତୁର୍ଥ ସ୍ଥାନରେ ଥିବା ଶ୍ରେଷ୍ଠ ଦଳ ସୁପର-୭କୁ ଯିବେ। ସୁପର-୭ରୁ ଶ୍ରେଷ୍ଠ ୪ ଦଳ ସେମିଫାଇନାଲକୁ ଉନ୍ନୀତ ହେବେ। ମ୍ୟାଚ ଗୁଡ଼ିକ ଦକ୍ଷିଣ ଆଫ୍ରିକାର ୮ଟି, ଜିମ୍ବାୱେର ୩ଟି ଓ ନାମ୍ବିଆର ଗୋଟିଏ ଭେନ୍ୟୁରେ ଖେଳାଯିବ। ଦକ୍ଷିଣ ଆଫ୍ରିକାର ଜୋହାନର୍ସବର୍ଗ, ସେଞ୍ଚୁରିଅନ, କେପ୍‌ଟାଉନ, ଡର୍ବାନ, ଗ୍ବେବେରା, ବ୍ଳୋଏମଫୋଣ୍ଟେନ, ପର୍ଲ ଓ ବୁଫାଲୋ ପାର୍କ ଭେନ୍ୟୁ ତାଲିକାରେ ରହିଛି।

ଜିମ୍ବାୱୋର ହରାରେ, ବୁଲାୱେ ଓ ଭିକ୍ଟୋରିଆ ଫଲ୍‌ସରେ ଓ ନାମ୍ବିଆର ରାଜଧାନୀ ୱିଣ୍ଡହୋଏକାରେ ଖେଳାଯିବ। ୨୦୨୭ ଦିନିକିଆ ବିଶ୍ବକପର କ୍ୟାମ୍ପେନ ଆଫ୍ରିକୀୟ ଦର୍ଶନ 'ଉବୁଣ୍ଡୁ'-ମୁଁ ଅଛି, କାରଣ ଆମେ ଅଛୁ 'ଏବଂ ମେକ୍‌ ଦ ସର୍କଲ ବିଗର' ଥିମ୍‌ରେ କରାଯିବ। ଏହି ଥିମ୍‌ ସ୍ଥାନୀୟ ଅଞ୍ଚଳର ୨୯ଟି ସରକାରୀ ସ୍ବିକୃତିପ୍ରାପ୍ତ ଭାଷାକୁ ନେଇ କରାଯାଇଛି। ପ୍ରତିଯୋଗିତାର ଲୋଗୋ ପାରମ୍ପରିକ ଆଫ୍ରିକୀୟ ତାର୍‌ ବାଉଲ୍‌ ଅନୁଯାୟୀ କରାଯାଇଛି। ଏହାର ରଙ୍ଗ ପ୍ୟାଲେଟ୍‌ରେ ଜିମ୍ବାୱେ ଚିଲି ଆଫ୍ରିକୀୟ ରୁଟ୍‌, ଫିନବୋସ ପପ୍‌. ନାମିବ୍ୟା ଡୁନ୍‌, ହରାରେ ଡନ ଏବଂ ଦୁଇ ସମୁଦ୍ରର ସେଡ୍‌ସ ରହିଛି। ଏହି ଉତ୍ସବରେ ଆଇସିସି ଅଧ୍ୟକ୍ଷ ଜୟ ଶାହ, ପୂର୍ବତନ କ୍ରିକେଟର ଗ୍ରେମ୍‌ ସ୍ମିଥ୍‌, ମାଖାୟା ଏନ୍‌ଟିନି, ହାସିମ୍‌ ଆମ୍‌ଲା, ତେମ୍ବା ବଭୁମା, କାଗିସୋ ରବାଡା ପ୍ରମୁଖ ଉପସ୍ଥିତ ଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia