Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

୨ୟ ଟେଷ୍ଟ ଜିତି ଶୃଙ୍ଖଳା ହାତେଇଲା ଇଂଲଣ୍ଡ

ସମାଜ 1 week ago

ର୍ଡସ: ଏଠାରେ ରବିବାର ସମାପ୍ତ ୨ୟ ଟେଷ୍ଟମ୍ୟାଚ୍‌ରେ ଘରୋଇ ଇଂଲଣ୍ଡ ବିଜୟୀ ହୋଇଛି। ପାକିସ୍ତାନକୁ ୧୯୪ ରନ୍‌ର ବଡ଼ ବ୍ୟବଧାନରେ ହରାଇ ୩-ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ଇଂଲଣ୍ଡ ୨-୦ରେ ଆଗୁଆ ହେବା ସହ ଶୃଙ୍ଖଳା ହାତେଇ ନେଇଛି। ପାକିସ୍ତାନକୁ ଦ୍ବିତୀୟ ଇନିଂସରେ ୩୮୯ ରନ୍‌ର ବିଜୟଲକ୍ଷ୍ୟ ଦେଇଥିଲା ଇଂଲଣ୍ଡ। ଏହାର ପିଛାକରି ପାକିସ୍ତାନ ରବିବାର ଚତୁର୍ଥ ଦିନରେ ୧୯୪ ରନ୍‌କରି ଅଲ୍‌ଆଉଟ୍‌ ହୋଇ ଯାଇଥିଲା।

୩୮୯ ରନ୍‌ ଲକ୍ଷ୍ୟରେ ଇନିଂସ ଆରମ୍ଭକରି ପାକିସ୍ତାନ ୨ୟ ଇନିଂସରେ ମାତ୍ର ୧୪ ରନ୍‌ରେ ୩ଟି ୱିକେଟ୍‌ ହରାଇଥିଲା। ଆଜାନ୍ ଆୱେସ୍ ଓ ଅଧିନାୟକ ବାବର ଆଜମ୍‌ ୬ ରନ୍‌ ଲେଖାଏଁ ଏବଂ ଅବ୍‌ଦୁଲ୍ଲା ସଫିକ୍‌ ବିନା ସ୍କୋର୍‌ରେ ଆଉଟ୍‌ ହୋଇଥିଲେ। ପରେ ଓପ୍‌ନର ସାନ୍ ମସୁଦ୍ ଓ ସୌଦ୍ ସକିଲ ୪ର୍ଥ ୱିକେଟ୍‌ ପାଇଁ ୯୭ ରନ୍‌ ଯୋଡ଼ିଥିଲେ।

ସାନ୍ ମସୁଦ୍ ୨୬ ରନ୍‌ କରିଥିଲେ। ପରେ ମହମ୍ମଦ ରିଜ୍‌ୱାନ ୧ ରନ୍‌କରି ବିଦାୟ ନେଇଥିଲେ। ତଳ ଅର୍ଡରରେ ଅଲୀ ଉସ୍‌ମାନ ୧୬ ଓ ମହମ୍ମଦ ଆବାସ୍‌ ଅପରାଜିତ ୧୩ ରନ୍‌ କରିଥିଲେ। ସୌଦ୍‌ ସକିଲ ଚମତ୍କ​ାର ବ୍ୟାଟିଂକରି ୧୨୨ ବଲ୍‌ରୁ ୨ଟି ଛକା ଓ ୧୩ଟି​ ଚୌକା ସହ ୯୭ ରନ୍‌ରେ ଆଉଟ୍‌ ହୋଇ ମାତ୍ର ୩ ରନ୍‌ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। ଓଲି ରବିନ୍‌ସନ ୪ଟି, ଜୋସ୍ ଟଙ୍ଗ୍‌ ୩ଟି ଓ ଜୋଫ୍ରା ଆର୍ଚର ୨ଟି ୱିକେଟ୍‌ ନେଇଥିଲେ।

୪ର୍ଥ ଦିନରେ ଇଂଲଣ୍ଡ ୨ୟ ଇନିଂସରେ ୨୦୮ ରନ୍‌କରି ଅଲ୍‌ଆଉଟ୍‌ ହୋଇଥିଲା। ଡାନ୍ ଲରେନ୍‌ସ ୨ଟି ଛକା ଓ ୭ଟି ଚୌକା ସହ ୫୪ ରନ୍‌ କରିଥିଲେ। ପେସ୍‌ ବୋଲର ମହମ୍ମଦ ଆବାସ୍‌ ୫ଟି ଏବଂ ଖୁରମ୍‌ ସେହ୍‌ଜାଦ ଓ ମହମ୍ମଦ ଅଲୀ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ। ମୋଟ ୮ଟି ୱିକେଟ୍‌ ନେଇଥିବା ଓଲି ରବିନ୍‌ସନ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia