ୱିଣ୍ଡହୁକ୍ (ନାମିବ୍ୟା): ଘରୋଇ ନାମିବ୍ୟା ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ୩-୦େର ପୋଛିନେଇଛି ଦକ୍ଷିଣ ଆଫ୍ରିକା। ରବିବାର ୩ୟ ତଥା ଅନ୍ତିମ ଦିନିକିଆକୁ ୯ ୱିକେଟ୍ରେ ଦକ୍ଷିଣ ଆଫ୍ରିକା ଜିତିନେଇଛି। ବ୍ୟୋନ୍ ଫର୍ଟୱିନଙ୍କ ବୋଲିଂ ସଫଳତା ବଳରେ ପ୍ରଥମେ ବ୍ୟାଟିଂକରି ନାମିବ୍ୟା ୩୬.୨ ଓଭରରେ ୧୫୬ ରନ୍କରି ସମସ୍ତ ୱିକେଟ୍ ହରାଇଥିଲା।
ପରେ ୨୧.୩ ଓଭରରେ ୧ ୱିକେଟ୍ ହରାଇ ଦକ୍ଷିଣ ଆଫ୍ରିକା ଜିତି ନେଇଥିଲା। ଦକ୍ଷିଣ ଆଫ୍ରିକା ୨୧ ଓଭରରେ ଓପ୍ନିଂ ଯୋଡ଼ିରେ ୧୫୦ ରନ୍ କରିବା ପରେ ଜୋର୍ଡାନ ହର୍ମାନ୍ ମାତ୍ର ୫୯ ବଲ୍ରୁ ୧୩ଟି ଚୌକା ସହ ୭୭ ରନ୍କରି ଆଉଟ୍ ହୋଇଥିଲେ। କନ୍ନର ଇଷ୍ଟରହୁଇଜେନ୍ ୬୮ ବଲ୍ରୁ ୩ଟି ଛକା ଓ ୪ଟି ଚୌକା ସହ ୬୮ ରନ୍କରି ଅପରାଜିତ ଥିଲେ। ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇ ନାମିବ୍ୟା ନିୟମିତ ଭାବେ ୱିକେଟ୍ ହରାଇଥିଲା। ଜେନ୍ ଗ୍ରୀନ୍ ୪ଟି ଚୌକା ସହ ସର୍ବାଧିକ ୩୩ ଓ ଆଲେକ୍ଜାଣ୍ଡର ବୁଜିଙ୍ଗ୍-ବୋଲ୍ସଚେଙ୍କ୍ ୩୧ ରନ୍ କରିଥିଲେ। ବ୍ୟୋନ୍ ଫର୍ଟୱିନ ୪ଟି ଏବଂ କ୍ବେନା ମାଫାକା ଓ ଏନ୍କ୍ବାବାୟୋମ୍ଜି ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ବ୍ୟୋନ୍ ଫର୍ଟୱିନ ପ୍ଲେୟର ଅଫ୍ ଦି ମ୍ୟାଚ୍ ଓ ଜୋର୍ଡାନ ହର୍ମାନ୍ ପ୍ଲେୟର ଅଫ୍ ଦି ସିରିଜ୍ ହୋଇଥିଲେ।
