Dailyhunt

୩୦ଫୁଟ ଗଭୀର କୂଅରେ ଖସି ପଡିଲେ ଶ୍ରମିକ

ସମାଜ 0 months ago

ଲାଙ୍ଗୀର : କାମ ସମୟରେ ୩୦ ଫୁଟ ଗଭୀର କୂଅ ଭିତରେ ଖସି ପଡିଲେ ଶ୍ରମିକ। ଉଦ୍ଧାର ପରେ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ବରବାହାଲ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା।

ଘଟଣା ଅନୁସାରେ ଆଜି ସକାଳ ୧୦ଟା ସମୟରେ ଉକ୍ତ ଗ୍ରାମରେ ଏକ କୂଅରେ କାମ ଚାଲିଥିଲା। ଏହି ସମୟରେ ସେଠାରେ କାମ କରୁଥିବା ୫୫ବର୍ଷୀୟ ତ୍ରିଲୋଚନ ପ୍ରଧାନ କୂଅ ଭିତରେ ଖସି ପଡ଼ିଥିଲେ।

ଏ ସମ୍ବନ୍ଧରେ ଗ୍ରାମର ମନୋଜ ଠାକୁର ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ତୁରନ୍ତ ଖପ୍ରାଖୋଲରୁ ଏକ ଆମ୍ବୁଲାନ୍ସ ଘଟଣାସ୍ଥଳକୁ ପଠାଯାଇଥିଲା। ମାତ୍ର ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚିବା ସତ୍ତ୍ୱେ ମଧ୍ୟ ଆହତଙ୍କୁ ଉଦ୍ଧାର କରାଯାଇ ପରି ନଥିଲା। ଫଳରେ ଆହତ ଜଣଙ୍କ ପ୍ରାୟ ୧ଘଣ୍ଟାରୁ ଉର୍ଦ୍ଧ୍ବ ସମୟ କୂଅ ଭତରେ ଫସି ରହିଥିଲେ। ପରେ ଦମକଳ ବାହିନୀ ଏବଂ ଆମ୍ବୁଲାନ୍ସ କର୍ମଚାରୀଙ୍କ ମିଳିତ ସହଯୋଗରେ ଆହତ ଜଣଙ୍କ ଉଦ୍ଧାର ହୋଇ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia