Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

୭ରେ ଶପଥ ନେଇପାରନ୍ତି ବିଜୟ!

ସମାଜ 3 weeks ago

ଚେନ୍ନଇ:ତାମିଲନାଡୁ ନିର୍ବାଚନରେ କମାଲ କରିଥିବା ଥାଲପତି ବିଜୟ ଆସନ୍ତା ୭ ତାରିଖରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ତାଙ୍କ ଦଳ ପ୍ରଥମ କରି ତାମିଲନାଡୁରେ ଲଢ଼ିଥିଲା। ତାଙ ଟିଭିକେ ପ୍ରଥମଥର ତାମିଲନାଡୁ ବିଧାନସଭା ନିର୍ବାଚନ ଲଢ଼ୁଥିବା ବେଳେ ୧୦୮ ଆସନରେ ବିଜୟ ହୋଇ ବହୁମତ ହାସଲ କରିଛି।କିନ୍ତୁ ସବୁଠାରୁ ବଡ କଥା ହେଲା ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୧୧୮ ରହିଥିବା ବେଳେ କିନ୍ତୁ ଟିଭିକେ ଦଳ ୧୦ଟି ଆସନ ପଛରେ ରହିଛି।

ତଥାପି ବିଜୟ ଓ ଟିଭିକେ ସରକାର ଗଠନ କରିବା ମୁଡରେ ରହିଛନ୍ତି। କଂଗ୍ରେସ ସମେତ ଛୋଟ ଛୋଟ ଦଳକୁ ନେଇ ବିଜୟ ମୁଖ୍ୟମନ୍ତ୍ରୀ ହେବେ ବୋଲି ଆଶା ବାନ୍ଧିଛନ୍ତି। କିନ୍ତୁ କେଉଁ ଦଳ ବିଜୟଙ୍କ ସହ ହାତ ମିଳାଇବେ, ତା'ହା ସ୍ପଷ୍ଟ ହୋଇନାହିଁ। ନିର୍ବାଚନ ସରଗରମ ରହିଥିବା ବେଳେ ଡିଏମକେ ସ୍ପଷ୍ଟ କରିଛି ଯେ ଦଳ ଟିଭିକେ ସହ ମେଣ୍ଟ କରିବ ନାହିଁ।

ସେହିପରି ସହଯୋଗୁ ଭିସିକେ ଓ ବାମପନ୍ଥୀ ମଧ୍ୟ ମେଣ୍ଟ ସପକ୍ଷରେ ନାହାନ୍ତି। କିନ୍ତୁ କଂଗ୍ରେସ ପରୋକ୍ଷରେ ଡିଏମକେକୁ ଛାଡ଼ି ଟିଭିକେ ସହ ମେଣ୍ଟ କରିବା ଯୋଜନାରେ ରହିଛି। ଟିଭିକେ ମଧ୍ୟ ଭିସିକେ ଓ ବାମ ଦଳଗୁଡ଼ିକ ସହ ପଛ ଦ୍ୱାରରେ ଆଲୋଚନା ଜାରି ରଖିଛି। କଂଗ୍ରେସ ରାଜ୍ୟରେ ୫ଟି ଆସନ ଜିତିଥିବା ବେଳେ ଆଇୟୁଏମଏଲ ୪ଟି, ସିପିଆଇ, ସିପିଆଇଏମ ଓ ଭିସିକେ ୨ଟି ଲେଖାଏ ଆସନ ଜିତିଛନ୍ତି। ଯଦି କଂଗ୍ରେସ ଓ ମେଣ୍ଟରେ ଥିବା ବାକି ଦଳଗୁଡ଼ିକ ବିଜୟଙ୍କ ସହ ହାତ ମିଳାନ୍ତି, ତା'ହେଲେ ଟିଭିକେ ବେଶ ସହଜରେ ତାମିଲନାଡୁରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହାସଲ କରି ନେବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia