Dailyhunt

୮ରୁ ଆରମ୍ଭ ହେବ ସପ୍ଳିମେଣ୍ଟାରୀ ପରୀକ୍ଷା ଫର୍ମ ପୂରଣ

ସମାଜ 1 week ago

ଟକ:ମାଟ୍ରିକ ସପ୍ଳିମେଣ୍ଟାରୀ ପରୀକ୍ଷା ପାଇଁ ୮ ତାରିଖରୁ ଆରମ୍ଭ ହେବ ଫର୍ମ ପୂରଣ। ମେ ମାସ ୧୮ ତାରିଖ ଯାଏଁ ଫର୍ମ ଫିଲପ ପ୍ରକ୍ରିୟା ଚାଲିବ। ଗତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନେ ସପ୍ଳିମେଣ୍ଟାରୀ ପରୀକ୍ଷା ପାଇଁ ଏହାର ସୁଯୋଗ ନେଇ ପାରିବେ।

ସେହିପରି ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାର ମିଳିବ ଉତ୍ତର ଖାତା ।

ଏଥିପାଇଁ ବୋର୍ଡକୁ କରିବାକୁ ହେବ ଆବେଦନ । ଉଭୟ ସବଜେକ୍ଟିଭ ଓ ଅଵଜେକ୍ଟିଭ ଚେକିଂ ଅଫ ଆଡ଼ିସନ ପାଇଁ କରିହେବ ଆବେଦନ । ଆସନ୍ତା ୧୧ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଏଥିପାଇଁ ହେବ ଆବେଦନ । ବୋର୍ଡର ୱେବସାଇଟ www.bseodisha.ac.in ରେ କରି ପାରିବେ ଆବେଦନ । ମଧ୍ୟମା ସଂସ୍କୃତ ପରୀକ୍ଷା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷାର ଚେକିଂ ପାଇଁ ଅଫ ଲାଇନରେ ହେବ ଆବେଦନ । ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟ ଓ ଶାଖା କାର୍ଯ୍ୟାଳୟରେ କରିହେବ ଆବେଦନ ବୋଲି ସୂଚନା ମିଳିଛି।

ଚଳିତ ବର୍ଷ ପାସ ହାର ୯୫.୩୩ ପ୍ରତିଶତ ରହିଛି। ଏ ୧ ଗ୍ରେଡରେ ୨୪୫୬ ଜଣ ପାସ କରିଛନ୍ତି। ଏ ୨ରେ ୧୫ ହଜାର ୬୮୧ ଛାତ୍ରଛାତ୍ରୀ ପାସ କରିଛନ୍ତି। ବି ୧ରେ ପାସ କରିଛନ୍ତି ୪୩ ହଜାର ୫୬୫। ବି୨ରେ ୮୬ ହଜାର ୧୦୩ ଛାତ୍ରଛାତ୍ରୀ ପାସ କରିଛନ୍ତି। ସି ଗ୍ରେଡରେ ପାସ କରିଛନ୍ତି ଏକ ଲକ୍ଷ ୨୯ ହଜାର ୮୧୩ ଜଣ। ଡି ଗ୍ରେଡରେ ୧,୪୬,୧୫୨ ଜଣ ପାସ କରିଛନ୍ତି। ଇ ଗ୍ରେଡରେ ୯୫,୪୮୧ ଜଣ ପରୀକ୍ଷାର୍ଥୀ ଉର୍ତ୍ତଣ୍ଣ ହୋଇଛନ୍ତି। ୩୩୧୦ ସ୍କୁଲରେ ଶତପତିଶତ ରେଜଲ୍ଟ ହୋଇଛି।

`

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia