ବାଲେଶ୍ବର: ବାଲେଶ୍ବର ରିଜର୍ବ ପୋଲିସ ପଡ଼ିଆରେ ଓଡ଼ିଶା ପୋଲିସର ୯୧ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ରାଜ୍ୟ ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର ଯୋଗ ଦେଇ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ତାଙ୍କ ସହିତ ବାଲେଶ୍ବର ଏସପି ପ୍ରତ୍ଯୁଷ ଦିବାକର ସମ୍ମାନୀତ ଅତଥି ଭାବେ ଯୋଗ ଦେଇଥିଲେ। କର୍ତ୍ତବ୍ୟ,ବଳିଦାନ, ସାହସିକତା, ପରାକାଷ୍ଠା ଦେଖାଉଥିବା ପୋଲିସ ସବୁବେଳେ ନିର୍ଭିକ ଭାବେ କାମ ସମାଜ ପାଇଁ କରେ ବୋଲି ଅତିରିକ୍ତ ଏସପି ଦେବଯ୍ୟୋତି ଦାଶ କହିଥିଲେ।
ଏହି ଅବସରରରେ ପିନାକ ଓଡ଼ିଶା ପୋଲିସ ପତାକା ଉତ୍ତୋଳନ କରିଥିଲେ। ପିନାକ ମିଶ୍ର ଓଡ଼ିଶା ପୋଲିସର ସାହସିକତା ପାଇଁ ଏବେ ରାଜ୍ୟ ମାଓ ମୁକ୍ତ ହେବା ସହିତ ନକ୍ସଲ ଦମନ ଅଭିଯାନରେ ସଫଳ ହୋଇଛି ବୋଲି ମୁଖ୍ୟ ଅତିଥି ବକ୍ତବ୍ୟରେ ବଖାଣିଥିଲେ। ପରେ କାର୍ଯ୍ୟରେ ଉଲ୍ଲେଖନୀୟ ସେବା ପାଇଁ ୬ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିରେ ଜିଲାର ସମସ୍ତ ଅତିରିକ୍ତ ଏସପି, ଡିଏସପି, ଏସଡିପିଓ, ଥାନାଧିକାରୀ ଓ ପୋଲିସ କର୍ମଚାରୀମାନେ ଯୋଗଦେଇଥିଲେ।
