ରାୟଗଡା: ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର ବ୍ଲକର ଶାଗବାରୀ ଗାଁରେ ପୁଲିସ୍ ଉପରେ ଆକ୍ରମଣ କରିଛନ୍ତି ଗ୍ରାମବାସୀ। ପୁଲିସ୍ ଓ ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ଏଥିରେ ଅନେକ ପୁଲିସ୍ ଆହତ ହୋଇଛନ୍ତି।
ଏସ୍ପି, ଏସ୍ଡିପିଓ, ଆଇଆଇସି ସମେତ କିଛି ମହିଳା ପୁଲିସ୍ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ପୁଲିସ୍ ମଧ୍ୟ ଆଦିବାସୀଙ୍କ ଉପରେ ପାଲଟା ଆକ୍ରମଣ କରିଛି। ରାୟଗଡା ଜିଲ୍ଲା ଶିଜି ମାଳିରେ ପୁଲିସ୍ ଓ କମ୍ପାନୀ ରାଜ ର ଏକ ଷଡଯନ୍ତ୍ର ଥିଲା ବୋଲି ଆଜି ବ୍ରହ୍ମପୁରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଲୋକ ଶକ୍ତି ଅଭିଯାନର ରାଷ୍ଟ୍ରୀୟ ଆବାହକ ପ୍ରଫୁଲ୍ଲ ସାମନ୍ତରା ସୂଚନା ଦେଇଛନ୍ତି। ସରକାର ତୁରନ୍ତ ଦୋଷୀ ପୁଲିସ୍ ଅଧିକାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ୬ ଦଫା ଦାବିକୁ କାର୍ଯ୍ୟକାରୀ କରିବାକୁ ସେ ଦାବି କରିଛନ୍ତି।
