Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଆମେରିକା ଖର୍ଚ୍ଚ କଲାଣି ୨୫ ବିଲିୟନ ଡଲାର

ସମାଜ 3 weeks ago

ୱାଶିଂଟନ: ଫେବୃଆରୀ ୨୮ରୁ ଆମେରିକା ଓ ଇସ୍ରାଏଲ ମିଳିତଭାବେ ଇରନ ବିପକ୍ଷରେ ଯୁଦ୍ଧ ଚଳାଇଛନ୍ତି। ଇତମଧ୍ୟରେ ଦୁଇମାସ ଅତିକ୍ରାନ୍ତ ହୋଇସାରିଥିବାବେଳେ ଆମେରିକା ପକ୍ଷରୁ ଯୁଦ୍ଧ ବାବଦରେ ୨୫ ବିଲିୟନ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୨ ଲକ୍ଷ ୩୭ ହଜାର କୋଟି ଟଙ୍କା)ଖର୍ଚ୍ଚ କଲାଣି। ଏହା ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର ବାର୍ଷିକ ବଜେଟ ସହ ସମାନ।

ଏତେ ଅର୍ଥ ବ୍ୟୟ କରାଯାଉଥିବାରୁ ଡେମୋକ୍ରାଟ ସାଂସଦମାନେ ଏହାକୁ ବିରୋଧ କରୁଛନ୍ତି। ପ୍ରତିରକ୍ଷା ସଚିବ ପେଟ୍‌ ହେଗ୍‌ସେଥ୍‌ କହିଛନ୍ତିି ଯେ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ଧୂଳିସାତ୍‌ କରିବାକୁ ଯେଉଁ ଯୁଦ୍ଧ ଚାଲିଛି, ସେହି ପରିପ୍ରେକ୍ଷୀରେ ଏହି ଅର୍ଥ ବ୍ୟୟ କରାଯିବା ଯଥାର୍ଥ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia