ବର୍ଷ ୨୦୨୬ର ୫ମ ମାସ ମେ' ମାସ ଆରମ୍ଭ ହୋଇ ସାରିଛି। ଜ୍ୟୋତିର୍ବିଦଙ୍କ ମତାନୁସାରେ ମେ' ମାସରେ ଅନେକ ବ୍ରତ, ପର୍ବପର୍ବାଣୀ, ଗ୍ରହଙ୍କ ଚଳନ ଦୃଷ୍ଟିରୁ ଖୁବ୍ ଖାସ୍। ଏହି ମାସର ଆରମ୍ଭ ପୂର୍ଣ୍ଣିମା ବ୍ରତରୁ ଆରମ୍ଭ ହେଉଛି। ମେ' ମାସରେ ବୁଦ୍ଧ ପୂର୍ଣ୍ଣିମା, ଅପରା ଏକାଦଶୀ, ଅମାବାସ୍ୟା, ସାବିତ୍ରୀ, ଶନି ଜୟନ୍ତୀ, ଗଙ୍ଗା ଦଶହରା ଆଦି ପାଳନ କରାଯିବ।
ସେହିପରି ଏହି ମାସରେ ବଡ ଗ୍ରହ ଚଳନ କରିବେ। ଯାହାର ପ୍ରଭାବ ସମସ୍ତ ରାଶି ଉପରେ ପଡ଼ିବ। ଜାଣନ୍ତୁ କେଉଁ କେଉଁ ରାଶିଙ୍କୁ ମୋଟା ଅଙ୍କର ଧନ ପ୍ରାପ୍ତି ହେବ..
ମେଷ-ଏହି ମାସରେ ସକରାତ୍ମକ ପରିବର୍ତ୍ତନ ମିଳିବ। ଆତ୍ମବିଶ୍ୱାସ ବୃଦ୍ଧି ହେବ। ସୁରୁଖୁରୁରେ କାମରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ଧିରେ ଧିରେ ପ୍ରଗତି ହେବ, ସହକର୍ମୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ। ପୁରୁଣା ଅଟକି ଥିବା କାମ ପୂରଣ ହେବ।
ସ୍ୱାସ୍ଥ୍ୟ ପ୍ରତି ଆଦୌ ଅବହେଳା କରନ୍ତୁ ନାହିଁ। ଆବଶ୍ୟକ ସମୟରେ ଔଷଧର ସେବନ କରନ୍ତୁ। କ୍ରୋଧରେ ନିୟନ୍ତ୍ରଣ ରଖନ୍ତୁ। ନଚେତ୍ ସମ୍ପର୍କରେ ତିକ୍ତତା ଆସିପାରେ।
ଅଧିକ ସଫଳତା ପାଇବା ପାଇଁ ଉପାୟ-ଅସହାୟଙ୍କୁ ପାଣି ପିଇବାକୁ ଦିଅନ୍ତୁ।
ବୃଷ-ବୃଷ ରାଶି ପାଇଁ ଏହି ମାସ ଆୟ ଓ କର୍ମକ୍ଷେତ୍ର ଦୃଷ୍ଟିରୁ ଖୁବ୍ ଲାଭଦାୟକ। ଚାକିରିରେ ପଦନ୍ନୋତିର ଯୋଗ ରହିଛି। ନୂଆ ଦାୟିତ୍ୱ ମଧ୍ୟ ମିଳିପାରେ। ବ୍ୟବସାୟୀ ଲାଭବାନ୍ ହେବା ସହ ବିଶେଷ କରି ଅନଲାଇନ କାମରେ ସଫଳତା ମିଳିବ। ପରିବାରରେ ବିବାଦ ହେବାକୁ ଦିଅନ୍ତୁ ନାହିଁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।
ଉପାୟ- ଶୁକ୍ରବାର ଅସହାୟଙ୍କୁ ଫଳ ଦାନ କରନ୍ତୁ।
ମିଥୁନ- ଏହି ମାସରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଏହି ସମୟରେ ପରିଶ୍ରମ କଲେ ଭବିଷ୍ୟତରେ ଏହାର ଲାଭ ମିଳିବ। କର୍ମକ୍ଷେତ୍ରରେ ସ୍ଥିରତା ରହିବ, ନୂଆ ନୂଆ ସୁଯୋଗ ମିଳିବ।
ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ସମୟ ନଷ୍ଟ କରନ୍ତୁ ନାହିଁ।
ଅଧିକ ସଫଳତା ପାଇଁ ବୁଧବାର ଗାଈଙ୍କୁ ଖାଇବାକୁ ଦିଅନ୍ତୁ।
କର୍କଟ- ଏହି ରାଶିଙ୍କୁ କର୍ମକ୍ଷେତ୍ରରେ ଉନ୍ନତି ମିଳିବ। ପରିଶ୍ରମର ଫଳ ମିଳିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ପରିବାର ଓ ବନ୍ଧୁଙ୍କ ସହଯୋଗ ମିଳିବ। ଆତ୍ମବିଶ୍ୱାସ ବୃଦ୍ଧି ହେବ।
ନକରାତ୍ମକ ଚିନ୍ତା କରନ୍ତୁ ନାହିଁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।
ଶୁଭଫଳ ପାଇଁ ଥଣ୍ଡା ପାଣି ଦାନ କରନ୍ତୁ।
ସିଂହ- ଏହି ରାଶି ପାଇଁ ମେ' ମାସ ଧନ ଓ ସଫଳତା ନେଇ ଆସିବ। ଚାକିରିରେ ପଦନ୍ନୋତିର ଯୋଗ ସହ ବ୍ୟବସାୟରେ ଖୁବ୍ ଲାଭ ହେବ। ଅଟକି ଥିବା ଧନ ମଧ୍ୟ ମିଳିବ।
ଆଳସ୍ୟ କରନ୍ତୁ ନାହିଁ। କ୍ରୋଧରେ ନିଷ୍ପତ୍ତି ନିଅନ୍ତୁ ନାହିଁ।
ରବିବାର ଦିନ ଅସହାୟଙ୍କୁ ଫଳ ଦାନ କରନ୍ତୁ।
କନ୍ୟା- ଭାଗ୍ୟର ସାଥ୍ ମିଳିବ। କର୍ମକ୍ଷେତ୍ରରେ ସ୍ଥିରତା ରହିବ। ନୂଆ ସୁଯୋଗ ମିଳିବ। ନିବେଶ କରି ଲାଭବାନ୍ ହେବେ। ସମ୍ପତ୍ତି ସହ ଜଡିତ ମାମଲାରେ ସମୟ ଅନୁକୂଳ ରହିଛି।
ତରବରିଆ ଭାବେ ନିଷ୍ପତ୍ତି ନିଅନ୍ତୁ ନାହିଁ। କଟୁ କଥା କୁହନ୍ତୁ ନାହିଁ।
ବୁଧବାର ସବୁଜ ପନିପରିବା ଦାନ କରନ୍ତୁ।
ତୁଳା- ଏହି ରାଶିଙ୍କୁ ମାନ-ସମ୍ମାନ ମିଳିବ। ପରିବାରରେ ପ୍ରେମ ସମ୍ପର୍କ ମଜଭୁତ ହେବ। ଛାତ୍ରଛାତ୍ରୀମାନେ ଶୁଭଫଳ ପାଇବେ। ସଫଳତା ମଧ୍ୟ ମିଳିବ। ପେଟ ଜନିତ ସମସ୍ୟା ପ୍ରତି ଧ୍ୟାନ ଦିଅନ୍ତୁ। ଯାତ୍ରା ଅଧିକ କରନ୍ତୁ ନାହିଁ।
ଶୁକ୍ରବାର ଦିନ ଅସହାୟଙ୍କୁ ଫଳ ଦାନ କରନ୍ତୁ।
ବିଛା- ଏହି ରାଶିଙ୍କୁ ସଫଳତା ଓ ଉପଲବ୍ଧି ହାସଲ କରିବେ। କର୍ମକ୍ଷେତ୍ରରେ ଆପଣଙ୍କ ସ୍ଥିତି ମଜଭୁତ ହେବ। ଶତ୍ରୁଙ୍କ ଉପରେ ବିଜୟ ଲାଭ କରିବେ। ସମ୍ପତ୍ତି ଜନିତ କାମରେ ମଧ୍ୟ ଲାଭ ମିଳିବ।
କ୍ରୋଧ ଓ ବିବାଦରୁ ଦୂରେଇ ରୁହନ୍ତୁ। ପରିବାର ସଦସ୍ୟଙ୍କୁ ସମୟ ଦିଅନ୍ତୁ।
ମଙ୍ଗଳବାରରେ ଥଣ୍ଡା ପାଣି ଦାନ କରନ୍ତୁ।
ଧନୁ- ଏହି ରାଶିଙ୍କୁ ଶୁଭଫଳ ମିଳିବ। ଆର୍ଥିକ ସ୍ଥିତି ଉତ୍ତମ ରହିବ। ଧାର୍ମିକ କାର୍ଯ୍ୟରେ ରୁଚି ବଢିବ। ମାନ-ସମ୍ମାନ ବୃଦ୍ଧି ହେବ।
ସ୍ୱାସ୍ଥ୍ୟର ଧ୍ୟାନ ଦିଅନ୍ତୁ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।
ଗୁରୁବାର ଦିନ ହଳଦିଆ ଖେଚେଡି ଦାନ କରନ୍ତୁ।
ମକର- ସାବଧାନର ସହ କାମ କରନ୍ତୁ। ପରିଶ୍ରମର ଫଳ ନିଶ୍ଚୟ ମିଳିବ। ତରବରିଆ ଭାବେ କାର୍ଯ୍ୟ କରନ୍ତୁ ନାହିଁ। କର୍ମକ୍ଷେତ୍ରରେ ଅଧିକ ଧ୍ୟାନ ଦିଅନ୍ତୁ।
ସ୍ୱାସ୍ଥ୍ୟ ଓ ଖାଦ୍ୟପେୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ।
ଶନିବାର ଅସହାୟଙ୍କୁ ଫଳ ଦାନ କରନ୍ତୁ।
କୁମ୍ଭ- ଏହି ରାଶିଙ୍କର ଆୟରେ ବୃଦ୍ଧି ହେବ। ଚେଷ୍ଟା କରି ସଫଳ ହେବେ। ଆତ୍ମବିଶ୍ୱାସ ବୃଦ୍ଧି ହେବ। ଖର୍ଚ୍ଚ ନିୟନ୍ତ୍ରଣରେ ରଖନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।
ଶନିବାର ଦିନ ଥଣ୍ଡା ପାନୀୟ ଦାନ କରନ୍ତୁ।
ମୀନ- କର୍ମକ୍ଷେତ୍ରରେ ଉନ୍ନତି ଓ ପ୍ରଗତି ମିଳିବ। ନୂଆ ସୁଯୋଗ ମିଳିବ। ପରିବାର ସଦସ୍ୟଙ୍କ ସହଯୋଗ ମିଳିବ। ମାନସିକ ଶାନ୍ତି ମିଳିବ।
ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ। ନକରାତ୍ମକ ଚିନ୍ତା ଦୂର ହେବ। ପରିବାର ସଦସ୍ୟଙ୍କ ସହଯୋଗ ମିଳିବ। ଚିନ୍ତା କମିବ।
ଗୁରୁବାର ଦିନ ହଳଦିଆ ଫଳ ଦାନ କରନ୍ତୁ।
