Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଆର୍ଜେଣ୍ଟିନା ଦଳ ଘୋଷିତ ; ମେସି ଅଧିନାୟକ

ସମାଜ 2 weeks ago

ନୂଆଦିଲ୍ଲୀ: ଫିଫା ଫୁଟବଲ ବିଶ୍ବକପ-୨୦୨୬ ଲାଗି ଶୁକ୍ରବାର ଆର୍ଜେଣ୍ଟିନାର ୨୬ ଜଣିଆ ଚୂଡାନ୍ତ ଦଳ ଘୋଷଣା କରାଯାଇଛି। ଦଳରେ ତାରକା ଫରୱାର୍ଡ ଲିଓନେଲ ମେସି ଅଧିନାୟକ ନିଯୁକ୍ତ ହୋଇଛନ୍ତି। ୩୮ ବର୍ଷୀୟ ମେସିଙ୍କ ନେତୃତ୍ବରେ ଦଳ ୨୦୨୨ କାତାର ଫିଫା ଫୁଟବଲ ବିଶ୍ବକପରେ ଆର୍ଜେଣ୍ଟିନା ଚମ୍ପିଆନ ହୋଇଥିଲା। ଏହାଛଡ଼ା ଦଳରେ ଅଭିଜ୍ଞ ଗୋଲରକ୍ଷକ ଇମିଲିଆନୋ ମାର୍ଟିନେଜ, ଡିଫେଣ୍ଡର ଗୋଞ୍ଜାଲୋ ମଣ୍ଟେଇ, କ୍ରିଷ୍ଟିଆନ ରୋମାରିଓ,ମିଡ୍‌ଫିଲଡର ରୋଡିଗ୍ରୋ ଡି ପୌଲ,ଇଞ୍ଜୋ ଫର୍ଣ୍ଣାଣ୍ଡିଜ୍‌ , ଫରୱାର୍ଡ ଜୁଲିଆନ ଆଲଭାରେଜ, ନିକୋଲାସ ଗୋଞ୍ଜାଲେଜ, ଲୌଟାରୋ ମାର୍ଟିନେଜ୍‌ ପ୍ରମୁଖ ସ୍ଥାନ ପାଇଛନ୍ତି।

 ଦଳ ଗ୍ରୁପ- ଜେ ରେ ଆଲଗେରିଆ, ଅଷ୍ଟ୍ରିଆ ଓ ଜୋର୍ଡାନ ସହ ସ୍ଥାନ ପାଇଛି। ଦଳ ଜୁନ୍‌ ୧୬ରେ ଆଲଗେରିଆ ସହ ଖେଳି ଅଭିଯାନ ଆରମ୍ଭ କରିବ। ସୂଚନାଯୋଗ୍ୟ, ଆର୍ଜେଣ୍ଟିନା ଫିଫା ଫୁଟବଲ ବିଶ୍ବକପ ୧୯୭୮, ୧୯୮୬ ଓ ୨୦୨୨​‌ରେ ୩ଥର ଚମ୍ପିଆନ ହୋଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia