Dailyhunt

ଆୟରଙ୍କ ଉପରେ ୧୨ ଲକ୍ଷ ଟଙ୍କାର ​‌ଜୋରିମାନା

ସମାଜ 0 months ago

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)-୨୦୨୬ର ମଙ୍ଗଳବାର ନ୍ୟୁ ଚଣ୍ଡିଗଡରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ କିଙ୍ଗ୍‌ସ ୩ ୱିକେଟରେ ଗୁଜରାଟ ଟାଇଟାନ୍‌ସକୁ ପରାସ୍ତ କରିଥିଲା। ପଞ୍ଜାବ ବିଜୟୀ ହୋଇଥିଲେ ମଧ୍ୟ ଅଧିନାୟକ‌ ଶ୍ରେୟସ ଆୟରଙ୍କ ପାଇଁ ଭଲ ନଥିଲା। ସେ ଖେଳ ସମୟରେ ଆଘାତ ପ୍ରାପ୍ତ ହୋଇଥିବାବେଳେ ଏ​‌େ​‌ବ ତାଙ୍କ ଉପରେ ଜୋରିମାନା ଲାଗୁ କରାଯାଇଛି।

ଚଳିତ ଆଇପିଏଲରେ ଆୟର ପ୍ରଥମ ଅଧିନାୟକ ଭାବେ ଦଣ୍ଡିତ ହୋଇଛନ୍ତି। ଆଇପିଏଲ ପରିଚାଳନା ପରିଷଦ ପଞ୍ଜାବ କିଙ୍ଗ୍‌ସ ଅଧିନାୟକ ଶ୍ରେୟସ ଆୟରଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଏକ ବଡ଼ ଜୋରିମାନା ଲଗାଇଛି। ପଞ୍ଜାବ କିଙ୍ଗ୍‌ସ ଧିମା ଓଭର ବୋଲିଂ ପାଇଁ ଅଧିନାୟକ ଆୟରଙ୍କ ଉପରେ ଏହି ଜୋରିମାନା ଲାଗୁ କରାଯାଇଛି। ଆଇପିଏଲ ପରିଚାଳନା ପରିଷଦ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, ନ୍ୟୁ ଚଣ୍ଡିଗଡ଼ର ନ୍ୟୁ ଇଣ୍ଟରନ୍ୟାସନାଲ ଷ୍ଟାଡ଼ିୟମରେ ଗୁଜରାଟ ଟାଇଟାନ୍‌ସ ବିପକ୍ଷ ମ୍ୟାଚରେ ପଞ୍ଜାବ କିଙ୍ଗ୍‌ସ ନିର୍ଦ୍ଧାରିତ ସମୟରେ ଇନିଂସ ଶେଷ କରିପାରିନଥିଲା। ଧିମା ବୋଲିଂ ପାଇଁ ଅଧିନାୟକ ଶ୍ରେୟସ ଆୟରଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରାଯାଇଛି। ଆଇପିଏଲ ଆଚରଣ ସଂହିତା ଧାରା ୨.୨୨ ଅନୁଯାୟୀ, ଏହା ତାଙ୍କ ଦଳର ଚଳିତ ଋତୁରେ ପ୍ରଥମ ଅପରାଧ। ଯାହା ସର୍ବନିମ୍ନ ଓଭର ରେଟ୍‌ ଅପରାଧ ସହ ଜଡିତ ବୋଲି ଆଇପିଏଲ ପରିଚାଳନା ପରିଷଦ ପକ୍ଷରୁ କୁହାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia