Dailyhunt

ଅଭିନେତ୍ରୀ ଜରିନ୍ ଖାନ୍‌ଙ୍କ ମାଆଙ୍କ ପରଲୋକ

ସମାଜ 1 week ago

ନୂଆଦିଲ୍ଲୀ:ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଜରିନ ଖାନଙ୍କ ମାଆଙ୍କର ଦେହାନ୍ତ ଘଟିଛି। ଅଭିନେତ୍ରୀ ଜରିନ୍ ସୋସିଆଲ ମିଡିଆରେ ଏହି ଦୁଃଖଦ ଖବର ସେୟାର କରିଛନ୍ତି। ଜରିନ ଖାନଙ୍କ ମାଆ ପରବୀନ୍ ଖାନ୍ କିଛି ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ। ୨୦୨୫ରେ ସ୍ଵାସ୍ଥ୍ୟ ଖରାପ ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଯଦିଓ କିଛି ଦିନ ପରେ ସେ ଡିସଚାର୍ଜ ହୋଇ ଘରକୁ ଫେରିଥିଲେ। କିନ୍ତୁ ପୁର୍ନବାର ୨୦୨୬ ରେ ତାଙ୍କୁ ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ଆଜି ମୁମ୍ବାଇର ଆମଧେରୀ ରେ ଥିବା ଭର୍ସୋଭା ମୁସଲିମ କବରସ୍ଥାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia