Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଅଟୋକୁ ପିଟିଲା ଆଇଚର ; ୮ ଆହତ

ସମାଜ 3 weeks ago

ଣ୍ଡଗିରି : ରବିବାର ରାତି ପ୍ରାୟ ଦଶଟା ବେଳେ ଭୁବନେଶ୍ୱର ଇନଫୋଭ୍ୟାଲି ଥାନା ୧୬ ନମ୍ବର ଜାତୀୟ ରାଜପଥ ପିତାପଲ୍ଲି ଓଭରବ୍ରିଜ ଉପରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।ଏକ ଅଟୋକୁ ଆଇଚର ଟ୍ରକ ଧକ୍କା ଦେବାରୁ ଦୁଇ ଜଣ ମହିଳାଙ୍କ ସମେତ ୮ ଜଣ ଗୁରୁତର ଆହାତ ହୋଇଛନ୍ତି। ଆହତ ମାନେ ହେଲେ ନୟାଗଡ ଅଞ୍ଚଳର ସଞ୍ଜୟ ସାହୁ, ହରିବନ୍ଧୁ ଦାସ, ସ୍ମୁତି ପ୍ରଜ୍ଞାନ ସାହୁ, ଗୋଲାପ ରାଣୀ ଦେଇ,ଆୟୁଷ କୁମାର ଦାସ, ଭୁବନେଶ୍ୱର ଅଞ୍ଚଳର କାହ୍ନୁ ଚରଣ ରାଉତ, କୈବଲ୍ୟ ଚରଣ ରାଉତ ଓ ଲକ୍ଷ୍ମିପ୍ରିୟା ରାଉତ।

ଗୁରୁତର ଆହତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟ ଓ ଭୁବନେଶ୍ୱର ଏମ୍ସ ଡାକ୍ତରଖାନାକୁ ପଠାଯାଇଛି।

ମିଳିଥିବା ସୂଚନା ଅନୁସାରେ ଆଜି ରାତି ପ୍ରାୟ ୧୦ ଟା ବେଳେ ଏକ ଅଟୋ ୮ ଜଣ ଯାତ୍ରୀଙ୍କୁ ନେଇ ଖୋର୍ଦ୍ଧା ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ।ଅଟୋଟି ଯାଉଥିବା ସମୟରେ ସେହି ଦିଗରେ ଆସୁଥିବା ଏକ ଆଇଚର ଟ୍ରକ ଆସି ଧକ୍କା ଦେଇଥିଲା। ଫଳରେ ଅଟୋଟି ରାସ୍ତାରେ ଓଲଟି ପଡିବା ସହ ସେଥିରେ ଥିବା ଚାଳକ ସମେତ ୮ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ।ଖବର ପାଇ ଇନଫୋଭ୍ୟାଲି ଥାନା ପୁଲିସ ଘଟଣା ସ୍ଥଳରେ ପହଁଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଆହତ ଯାତ୍ରୀ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଖୋର୍ଦ୍ଧା ଓ ଭୁବନେଶ୍ୱର ଡାକ୍ତରଖାନା ପଠାଇଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia