Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ବାଦ୍‌ ପଡ଼ିଥିବା ହିତାଧିକାରୀଙ୍କୁ ଆଜି ମିଳିବ 'ସୁଭଦ୍ରା' କିସ୍ତି

ସମାଜ 2 weeks ago

ଭୁବନେଶ୍ବର : 'ସୁଭଦ୍ରା' ଯୋଜନା ଅଧୀନରେ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ କିସ୍ତି ପାଇବାରୁ ବଞ୍ଚିତ ରହିଥିବା ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରାଯିବ। ଏଥିନିମନ୍ତେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସୋମବାର ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଧ୍ୟାହ୍ନ ୧୨ଟାରେ ହିତାଧିକାରୀଙ୍କୁ ଏହି ସହାୟତା ରାଶି ପ୍ରଦାନ କରିବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
'ସୁଭଦ୍ରା' ଯୋଜନାରୁ ବଞ୍ଚିତ ୧,୨୩,୮୪୯ ହିତାଧିକାରୀଙ୍କୁ କିସ୍ତି ଟଙ୍କା ମିଳିବ। ବଞ୍ଚିତ ହିତାଧିକାରୀଙ୍କ ସହ ନୂଆ ଭାବେ ଯୋଡ଼ି ହୋଇଥିବା ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ। ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିଥିଲା ଚତୁର୍ଥ କିସ୍ତି। ରାଜ୍ୟର ୧ କୋଟିରୁ ଅଧିକ ମହିଳାଙ୍କ ବ୍ୟାଙ୍କ ଖାତାକୁ ୫ ହଜାର ଟଙ୍କା ଲେଖାଏଁ ଟଙ୍କା ଯାଇଥିଲା। ଏକକାଳୀନ ୫ ହଜାର କୋଟିରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ମୋଟ ୧ କୋଟି ୨ ଲକ୍ଷ ୧୨ ହଜାର ୬୬୫ ଜଣଙ୍କୁ ସୁଭଦ୍ରା ଟଙ୍କା ଦିଆଯାଇଥିଲା। ୨ ଲକ୍ଷ ୧୩ ହଜାର ୧୯୮ଜଣ ନୂଆ ହିତାଧିକାରୀଙ୍କୁ ମଧ୍ୟ ସୁଭଦ୍ରା କିସ୍ତି ମିଳିଥିଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia