ଦଶପଲ୍ଲା : ନୂଆଁଗାଁ କୋରଡା ବାଣ ବିସ୍ଫୋରଣ ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ଶୁକ୍ରବାର ଭୟଙ୍କର ବିସ୍ଫୋରଣ ଘଟି ୬ ଜଣ ଗୁରୁତର ହୋଇଥିଲେ। ଆଜି ଭୁବନେଶ୍ୱର ଏମସରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ମୀନାଗାଡିଆ ଗାଁର ବାପି ନାହାକ, ଘରେ ରହି ବାଣ ଭିଡିବା ସମୟରେ ଏଭଳି ଅଘଟଣ ଘଟିଥିଲା। ଏବେ ମଧ୍ୟ ଏମସରେ ୨ ଓ ଏସସିବିରେ ୩ ଜଣ ଚିକିତ୍ସାଧୀନ ରହିଛନ୍ତି।
୭ ତାରିଖରେ ହେବାକୁ ଥିବା ଲଙ୍କାପୋଡି ଉତ୍ସବ ପାଇଁ ବାଣ ଭିଡିବା ବେଳେ ହଠାତ୍ ବିସ୍ଫୋରଣ ଘଟିଥିଲା।। ପୁଲିସ ଘଟଣାରେ ଅଧିକ ଖୋଳତାଡ ଜାରି ରଖିଛି।
