Dailyhunt

ବାଟ ମଙ୍ଗଳା ମନ୍ଦିର ଠାରେ ଝାମୁଯାତ୍ରା ଅନୁଷ୍ଠିତ

ସମାଜ 3 weeks ago

ଗୋପ: ଗୋପ ବ୍ଲକ ଅଧିନସ୍ଥ ନାଗପୁର ଗ୍ରାମପଞ୍ଚାୟତର ନାଗପୁର ଗ୍ରାମର ବାଟ ମଙ୍ଗଳା ମନ୍ଦିର ଠାରେ ଚୈତ୍ର ମାସ ଶେଷ ମଙ୍ଗଳବାର ଅବସରରେ ପବିତ୍ର ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଧାର୍ମିକ ରୀତିନୀତି ଓ ପରମ୍ପରା ଅନୁଯାୟୀ ନାଗପୁର ସ୍ଥିତ ବାଟ ମଙ୍ଗଳା ମନ୍ଦିର ଠାରେ ଝାମୁଯାତ୍ରା ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବାଟ ମଙ୍ଗଳା ମନ୍ଦିର ଠାରେ ଧାର୍ମିକ ରୀତିନୀତି ଓ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ଓ ହୋମଯଜ୍ଞ ସମେତ ପଣା ଭୋଗ ମାଙ୍କ ନିକଟରେ ମନ୍ଦିର ପୂଜକ ସଂପାଦନ କରିଥିଲେ।

ମଙ୍ଗଳବାର ଦିବା ୨ ଘଣ୍ଟିକା ସମୟରେ ଭକ୍ତ ଗୋବିନ୍ଦ ଚନ୍ଦ୍ର ମହାରଣା, ସହଯୋଗୀ ସୁବ୍ରତ ସାହୁ ଓ କବିତା ସ୍ବାଇଁ ପ୍ରମୁଖ ବାଟ ମଙ୍ଗଳାଙ୍କ ଅପାର ଆର୍ଶୀବାଦ ଓ କୃପାରୁ କାଳିସୀ ବେଶ ଧାରଣ କରି ନିଆଁ ଉପରେ ଚାଲିଥିଲେ। ମା ବାଟ ମଙ୍ଗଳା ମନ୍ଦିର ଠାରେ ପବିତ୍ର ଝାମୁଯାତ୍ରା ଅବସରରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଥିଲା। ଶ୍ରଦ୍ଧାଳୁ ଭକ୍ତ ମାନେ ବାଟ ମଙ୍ଗଳାଙ୍କ ପୂଜାର୍ଚ୍ଚନା କରିବା ସହ କାଳିସୀମାନଙ୍କର ଘଣ୍ଟପାଟୁଆ ନୃତ୍ୟ ଦେଖି ଆତ୍ମବିଭୋର ହେବା ସହ ସେଠାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ନାଗପୁର ଗ୍ରାମବାସୀ ମାନେ ପରିଚାଳନା କରିଥିଲେ।

ଏକାଠି ହେବେ ଚନ୍ଦ୍ର-ରାହୁ ; ଏହି ରାଶି ରୁହନ୍ତୁ ସତର୍କ

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia