Dailyhunt

ଭଦ୍ରକ ଓ ମୟୁରଭଞ୍ଜରେ ଗୋ ମାଫିଆଙ୍କ ଘରେ ରେଡ୍

ସମାଜ 3 days ago

ଦ୍ରକ/ମୟୁରଭଞ୍ଜ : ୮ ଗୋରୁ ମାଫିଆଙ୍କ ଘରେ ପୁଲିସ୍‌ର ଚଢ଼ାଉ। ସନ୍ଥିଆ, ନଙ୍ଗାମହଲା, ଅଲାଲପୁର, ଗୁଜିଦରଡ଼ାରେ ପୁଲିସ୍‌ ଆଜି ରେଡ୍ କରିଥିବା ସୂଚନା ମିଳିଛି। ମାଫିଆ ମାନଙ୍କ ନିକଟରୁ ବନ୍ଧୁକ, ଖଣ୍ଡା ସହ ନଗଦ ୨୦ ଲକ୍ଷ ଟଙ୍କା ଜବତ କରାଯାଇଛି। ଚଢ଼ାଉରେ ୬ ପ୍ଲାଟୁନ୍‌ ଫୋର୍ସ, ୨ ଡିଏସ୍‌ପି, ୧୦ ଇନ୍ସପେକ୍ଟର ସାମିଲ୍‌ ହୋଇଛନ୍ତି।

ଗତ ତିନି ମାସ ତଳେ ଭଦ୍ରକ ପୁରୁଣା ବଜାରରେ ଗୋରୁ ମାଫିଆଙ୍କ ଘରେ ପୁଲିସ୍ ପକ୍ଷରୁ ରେଡ୍ କରାଯାଇ ବିଡ଼ା ବିଡ଼ା ଟଙ୍କା ଜବତ ହୋଇଥିଲା । ପ୍ରାୟ ୫୦ ଲକ୍ଷ ଟଙ୍କା ଜବତ ହୋଇଥିଲା । ବେଆଇନ ଭାବେ ଗୋ ଚାଲାଣ କରି ଅର୍ଥ ରଖିଥିବା ନେଇ ଚଢ଼ାଉ ହୋଇଥିବା ସୂଚନା ମିଳିଥିଲା । ରେଡ ବେଳେ ପୁଳାପୁଳା ସୁନାଗହଣା ମଧ୍ୟ ଜବତ କରାଯାଇଥିଲା । ସେପଟେ ମୟୂରଭଞ୍ଜରେ ମଧ୍ୟ ୧୫ ଗୋ ମାଫିଆଙ୍କ ଘରେ ରେଡ୍ କରାଯାଇ ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଜବତ କରିଛି ପୁଲିସ୍‌। ୫ଟି ଚାରି ଚକିଆ ସହ ୪ଟି ବାଇକ୍ ମଧ୍ୟ ଜବତ କରାଯାଇଛି। ବାରିପଦା, ରାଇରଙ୍ଗପୁର, ବୋଇସିଙ୍ଗା, ବାଙ୍ଗିରିପୋଷି ଆଦି ସ୍ଥାନରେ ଚଢାଉ ଜାରି ରହିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia