Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଭାଲୁ ଆକ୍ରମଣରେ ଜଣେ ଆହତ, ଜଣେ ଗୁରୁତର

ଭାଲୁ ଆକ୍ରମଣରେ ଜଣେ ଆହତ, ଜଣେ ଗୁରୁତର

ସମାଜ 2 years ago

ନାକଟିଦେଉଳ : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ରାଇଲ ଫରେଷ୍ଟ ସେକ୍ସନର ରାଇଲ ଗ୍ରାମରେ ବୁଧବାର ସକାଳୁ ଏକ ଭାଲୁ ଆକ୍ରମଣରେ ୨ ଜଣ ଗ୍ରାମବାସୀ ଆହତ ହୋଇଥିବା ଜଣାପଡିଛି। ତେବେ ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଭାଲୁ ଆକ୍ରମଣରେ ଆହତ ଦୁଇ ଜଣ ହେଲେ ରାଇଲ ଗ୍ରାମର ଶତ୍ରୁ ମାଝୀ (୫୦) ଏବଂ ଅରୁଣ ଦେହୁରୀ (୪୫)।

ହଟିଲା ଫାଇଭ୍‌-ଟି ଚାର୍ଟର ଓ 'ମୋ ସରକାର'

ପ୍ରାପ୍ତ ସୂଚନା ଅନୁସାରେ ବୁଧବାର ସକାଳ ପ୍ରାୟ ୬ଟା ସମୟରେ ଗ୍ରାମର ଶତ୍ରୁ ମାଝୀ ଏବଂ ଅରୁଣ ଦେହୁରୀ ପୃଥକ ଭାବେ ଶୌଚ ପାଇଁ ଯାଇଥିବା ବେଳେ ନିକଟସ୍ଥ ଜଙ୍ଗଲରୁ ଏକ ଭାଲୁ ଗାଁ ମୁଣ୍ଡକୁ ଚାଲି ଆସି ପ୍ରଥମେ ଶତ୍ରୁ ମାଝୀକୁ ଆକ୍ରମଣ କରିଥିଲା। ଶତ୍ରୁ ମାଝୀର ଚିତ୍କାର ଶୁଣି ପାଖ ଘରେ ଥିବା ପରିବାର ଲୋକେ ସେଠାରେ ପହଞ୍ଚି ଯିବାରୁ ଭାଲୁ ତାଙ୍କୁ ଛାଡି ଚାଲି ଯାଇଥିଲା। ତେବେ ଭାଲୁ ପଳାଇ ଯାଉଥିବା ବେଳେ ନିକଟ ପଡିଆରେ ଗ୍ରାମର ଅରୁଣ ଦେହୁରୀ ଭାଲୁ ହାବୁଡ଼ରେ ପଡିଥିଲେ। ଭାଲୁ ତାଙ୍କୁ ମଧ୍ୟ ଆକ୍ରମଣ କରି ଲହୁଲୁହାଣ କରି ଦେଇଥିଲା। ଏହି ଭାଲୁ ଆକ୍ରମଣରେ ଶତ୍ରୁ ମାଝୀଙ୍କର ବାମ ପାର୍ଶ୍ୱ ଜଙ୍ଘ ଏବଂ ଅରୁଣ ଦେହୁରୀଙ୍କର ଡାହାଣ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଖବର ପାଇ ରାଇଲ ଫରେଷ୍ଟର ସ୍ୱପ୍ନେଶ୍ଵର ଦେହୁରୀ ସଦଳବଳେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଭାଲୁ ଆକ୍ରମଣରେ ଆହତ ମାନଙ୍କୁ ଉଦ୍ଧାର କରି ନିଜ ବିଭାଗୀୟ ଗାଡ଼ିରେ ରେଢ଼ାଖୋଲ ଡାକ୍ତରଖାନାକୁ ନେଇ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଶତ୍ରୁ ମାଝୀ ଘରକୁ ଯାଇଥିବା ବେଳେ ଅରୁଣ ଦେହୁରୀଙ୍କ ଅବସ୍ଥା ଗୁରୁତର ଥିବାରୁ ଆମ୍ବୁଲାନ୍ସ ଯୋଗେ ବୁର୍ଲା ଡାକ୍ତରଖାନାକୁ ପଠାଯାଇଛି। ଘଟଣାର ତଦନ୍ତ ପରେ ଭାଲୁ ଆକ୍ରମଣରେ ଆହତ ମାନଙ୍କୁ ସରକାରୀ ନିୟମାନୁସାରେ ସହାୟତା ଯୋଗାଇ ଦିଆଯିବ ବୋଲି ରାଇଲ ଫରେଷ୍ଟର ସ୍ୱପ୍ନେଶର ଦେହୁରୀ କହି କହିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia