Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଭାରତ ବିପକ୍ଷ ଦିନିକିଆ ଶୃଙ୍ଖଳା ଲାଗି ଇଂଲଣ୍ଡ ଦଳ ଘୋଷିତ

ସମାଜ 1 week ago

ଣ୍ଡନ:ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ ବିଶି​ଷ୍ଟ ଦିନିକିଆ ଶୃଙ୍ଖଳା ଚଳିତ ଜୁଲାଇ ୧୪ରୁ ୧୯ ପର୍ଯ୍ୟନ୍ତ ଖେଳାଯିବ। ଉକ୍ତ ଦିନିକିଆ ଶୃଙ୍ଖଳା ବର୍ମିଂହାମ, କାର୍ଡିଫ ଓ ଲର୍ଡସରେ ଖେଳାଯିବ। ଏଥିପାଇଁ ଇଂଲଣ୍ଡ ୱେଲ୍‌ସ କ୍ରିକେଟ ବୋର୍ଡ ପକ୍ଷରୁ ଶୁକ୍ରବାର ୧୬ ଜଣିଆ ଇଂଲଣ୍ଡ ଦଳ ମନୋନୟନ କରାଯାଇଛି। ହ୍ୟାରୀ ବ୍ରୁକ୍‌ ଅଧିନାୟକ ରହିଛନ୍ତି।

ଦଳରେ ନୂଆ ମୁହଁ ଭାବେ ଅଲରାଉଣ୍ଡର ଜେମ୍‌ସ କୋଲିସଙ୍କୁ ସ୍ଥାନ ମିଳିଛି। ଦ୍ରୁତ ବୋଲର ଜୋଶ ଟଙ୍ଗ୍‌ , ସାକିବ୍‌ ମହମ୍ମୁଦ, ଗୁସ୍‌ ଆର୍ଟକିନ୍‌ସନ ଦଳରେ ସ୍ଥାନ ପାଇଛନ୍ତି। ଜ୍ୟାକ୍‌ କ୍ରଲିଙ୍କୁ ବାଦ୍‌ ଦିଆଯାଇଛି। ଜୁଲାଇ ୧୪ରେ ପ୍ରଥମ, ୧୬ ରେ ଦ୍ବିତୀୟ ଓ ୧୯ରେ ତୃତୀୟ ଦିିନିକିଆ ଖେଳାଯିବ।
ଇଂଲଣ୍ଡ ଦିନିକିଆ ଦଳ : ହ୍ୟାରୀ ବ୍ରୁକ୍‌(ଅଧିନାୟକ),ରେହାନ ଅହମ୍ମଦ, ଜେଫ୍ରା ଆର୍ଚର, ଗୁସ୍‌ ଆର୍ଟକିନସନ, ଟମ୍‌ ବାଣ୍ଟନ ,ଜ୍ୟାକବ ବିଥେଲ, ଜୋଶ ବଟ୍‌ଲର,ଜେମ୍‌ସ କୋଲିସ,ସାମ୍‌ କୁରାନ, ଲିୟାମ ଡାଓସନ, ବେନ୍‌ ଡକେଟ, ୱିଲ ଜ୍ୟାକ୍‌, ସାକିବ୍‌ ମହମ୍ମୁଦ, ଆଦିଲ ରସିଦ, ଜୋ ରୁଟ୍‌, ଜୋଶ ଟଙ୍ଗ୍‌।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia