Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଭାରତ-ଶ୍ରୀଲଙ୍କା ୨ୟ ଟେଷ୍ଟ ଅମୀମାଂସିତ

ସମାଜ 3 weeks ago

ମାଜ ଡେସ୍କ: ଶ୍ରୀଲଙ୍କାର ରାଜଧାନୀ କଲମ୍ବୋଠାରେ ଚାଲିଥିବା ଭାରତ-ଶ୍ରୀଲଙ୍କା ୨ୟ ଟେଷ୍ଟ ଅମୀମାଂସିତ ଭାବେ ଶେଷ ହୋଇଛି । ଶ୍ରୀଲଙ୍କା ୪୨୯/୯ ରନରେ ଦ୍ୱିତୀୟ ପାଳି ଘୋଷଣା କରିବା ପରେ ଉଭୟ ଦଳର ଅଧିନାୟକଙ୍କ ନିଷ୍ପତି କ୍ରମେ ମ୍ୟାଚ୍‌କୁ ଅମୀମାଂସିତ ଭାବେ ଶେଷ କରାଯାଇଥିଲା । ସୋନାଲ ଦିନୁଶା ୧୩୩ ରନ୍ କରି ଅପରାଜିତ ଥିଲେ ।

ତେବେ ପ୍ରଥମ ଟେଷ୍ଟ ଭାରତ ସପକ୍ଷରେ ଯାଇଥିବାରୁ ଭାରତ ଏହି ୨ ମାସ ବିଶିଷ୍ଟ ଶୃଙ୍ଖଳାକୁ ୧-୦ରେ ହାତେଇ ନେଇଛି । ସୁବ୍‌ମନ ଗିଲଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ପ୍ରଥମ ପାଳିରେ ୫୦୩/୯ ରନ୍ ସଂଗ୍ରହ କରି ପାଳି ଘୋଷଣା କରିଥିଲା । ୫୦୩ ରନ୍‌ର ଏହି ବିଶାଳ ସ୍କୋରକୁ ପିଛା କରି ଶ୍ରୀଲଙ୍କା ପ୍ରଥମ ପାଳିରେ ମାତ୍ର ୨୯୦ ରନ୍ କରି ଫଲୋଅନ୍‌ର ସମ୍ମୁଖୀନ ହୋଇଥିଲା । ତେବେ ଦ୍ୱିତୀୟ ପାଳିରେ ସୋନାଲ ଦିନୁଶାଙ୍କ ଲଢୁଆ ୧୩୩ ରନ୍ ଯୋଗୁ ଶ୍ରୀଲଙ୍କା ନିଶ୍ଚିତ ପରାଜୟରୁ ବର୍ତି ଯାଇଥିଲା । ଶ୍ରୀଲଙ୍କାର ଦ୍ୱିତୀୟ ପାଳି ଘୋଷଣା ପରେ ଉଭୟ ଦଳର ଅଧିନାୟକଙ୍କ ନିଷ୍ପତି କ୍ରମେ ମ୍ୟାଚ୍‌କୁ ଅମୀମାଂସିତ ଘେଷଣା କରାଯାଇଥିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia