Dailyhunt

ଭୋଟ ପୂର୍ବରୁ ବିଜୟଙ୍କୁ ବଡ ଝଟକା

ସମାଜ 3 weeks ago

ତାମିଲନାଡୁ:ଅଭିନେତାରୁ ନେତା ବନିଥିବା ବିଜୟଙ୍କ ଟିଭିକେକୁ ବଡ଼ ଝଟକା। ଚଳିତ ତାମିଲନାଡୁ ବିଧାନସଭା ନିର୍ବାଚନରେ ବିଜୟ ଓ ତାଙ୍କ ଦଳ ଡେବ୍ୟୁ କରୁଛନ୍ତି। କିନ୍ତୁ ଭୋଟିଂ ହେବା ଆଗରୁ ବିଜୟଙ୍କ ଦଳ ଗୋଟିଏ ଆସନ ହରାଇ ଦେଇଛି। ଭୋଟିଂର ଗୋଟିଏ ସପ୍ତାହ ପୂର୍ବରୁ ନିର୍ବାଚନ କମିଶନ ଦଳର ଇଡାପ୍ପାଡି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କ ନାମାଙ୍କନକୁ ଖାରଜ କରି ଦେଇଛନ୍ତି।

ଏହି ଆସନରୁ ଦଳ ବ୍ୟାକଅପରେ ଆଉ ଜଣଙ୍କୁ ରଖିଥିଲା। ସେହି ପ୍ରାର୍ଥୀଙ୍କ ନାମାଙ୍କନ ମଧ୍ୟ ଅଗ୍ରାହ୍ୟ ହୋଇଛି। ଆବଶ୍ୟକ ପ୍ରସ୍ତାବକଙ୍କ ଦସ୍ତଖତ ନାମାଙ୍କନ ପତ୍ରରେ ନଥିବାରୁ ଟିଭିକେର ପ୍ରାର୍ଥୀଙ୍କୁ ଇଡାପ୍ପାଡୀ ଆସନରେ ଝଟକାର ସାମ୍ନା କରିବାକୁ ପଡ଼ିଛି। ଏହାର ଅର୍ଥ ଏବେ ବିଜୟଙ୍କ ଦଳ ସାଲେମ ଜିଲ୍ଲାର ଏହି ଆସନରେ କୌଣସି ପ୍ରାର୍ଥୀ ଦେଇ ପାରିନାହିଁ। ଏଠାରେ ଏଆଇଏଡିଏମକେ ମୁଖ୍ୟ ଇଡାପ୍ପାଡି କେ ପଲାନିସ୍ୱାମୀଙ୍କୁ ବିଜୟ ଚ୍ୟାଲେଞ୍ଜ ଦେବାକୁ ଚେଷ୍ଟା କରୁଥିଲେ। ହେଲେ ଦଳର ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ହୋଇଯାଇଛି।

ଏପରି ଏକ ସ୍ଥିତି ମଧ୍ୟରେ ଦଳକୁ ଆଉ ଏକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଛି। ଟିଭିକେରୁ ଏଠାରେ ଟିକେଟ ପାଇଥିବା ପ୍ରାର୍ଥୀ ହଠାତ୍‌ କେଉଁ ଆଡ଼େ ଚାଲି ଯାଇଛନ୍ତି। ତାଙ୍କର କୌଣସି ପତ୍ତା ମିଳୁନାହିଁ। ନିୟମ ଅନୁସାରେ, ପ୍ରତିଟି ପ୍ରାର୍ଥୀଙ୍କୁ ନାମାଙ୍କନ ବେଳେ ୧୦ ଜଣ ପ୍ରସ୍ତାବକ ଦସ୍ତଖତ ଆବଶ୍ୟକ। କିନ୍ତୁ ଅରୁଣ କୁମାର ଏମଙ୍କ ନାମାଙ୍କନରେ ୮ ଜଣ ପ୍ରସ୍ତାବକଙ୍କ ଦସ୍ତଖତ ରହିଥିଲା। ତାଙ୍କ ବ୍ୟାକଅପ ଭାବେ ଟିଭିକେରୁ ନାମାଙ୍କନ ଭରିଥିବା ନିତ୍ୟାଙ୍କ ନାମାଙ୍କନରେ ୭ ଜଣଙ୍କ ଦସ୍ତଖତ ରହିଥିଲା। ତେଣୁ ଉଭୟଙ୍କ ପ୍ରାର୍ଥିପତ୍ର ରଦ୍ଦ ହୋଇଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia