Dailyhunt

ଭୂମିକମ୍ପରେ ଥରିଲା କୋରାପୁଟ

ସମାଜ 1 week ago

କୋରାପୁଟ/ଜୟପୁର: କୋରାପୁଟ ଜିଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । କୋରାପୁଟ ଜିଲା ଏକାଧିକ ସ୍ଥାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି । ସୁନାବେଡା, ସେମିଳିଗୁଡା, ଦାମନଯୋଡ଼ି, ମାଛକୁଣ୍ଡ, କୋରାପୁଟ, ଜୟପୁର ସମେତ ଗ୍ରାମାଞ୍ଚଳରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଜୟପୁର ସହରରେ ରାତି ୧୧ଟା ୩୦ ମିନିଟ ସମୟରେ ହଠାତ ଭୂମିକମ୍ପ ହୋଇଥିଲା।

ବିରାଟ ଶବ୍ଦ ଶୁଣିବାକୁ ମିଳିଥିଲା। ପ୍ରାୟ ୩ ସେକେଣ୍ଡ ସହର ଦୋହଲି ଯାଇଥିଲା। ଘରର କାନ୍ଥ, ଟେବୁଲ, ଚେୟାର ଭୂମିକମ୍ପରେ ଦୋହଲି ଯାଇଥିଲା । ସହରବାସୀ ଏବଂ ଆଖପାଖ ଗ୍ରାମବାସୀ ଘରୁ ପଦାକୁ ବାହାରି ପଡ଼ିଥିଲେ।

ଲୋକେ ଘରକୁ ଭିତକୁ ଯିବା ପାଇଁ ଭୟ କରିଥିଲେ । କିଛି ସମୟ ରାସ୍ତା ଉପରେ ଲୋକେ ରୁଣ୍ଡ ହୋଇଥିଲେ । ଭୂମିକମ୍ପର ତୀବ୍ରତା ଜଣାପଡିନାହିଁ । ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ନାହିଁ । ଏହାକୁ ନେଇ ଲୋକେ କିଛି ସମୟ ପାଇଁ ଭୟଭୀତ ହୋଇଥିଲେ । ୨୫ ବର୍ଷ ତଳେ ଏପରି ଭୂମିକମ୍ପ ଜିଲାରେ ଅନୁଭୂତ ହୋଇଥିଲା ବୋଲି କିଛି ବରିଷ୍ଠ ଲୋକ କହିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia