Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ବିଜୟଙ୍କ ଘରେ ସେଲିବ୍ରେସନ୍ ମାହୋଲ, ସାମ୍ନାକୁ ଆସିଲା ଭିଡିଓ

ସମାଜ 2 weeks ago

ନୂଆଦିଲ୍ଲୀ: ଅଭିନେତା ବିଜୟ ଥାଲାପତି ମଧ୍ୟ ତାମିଲନାଡୁ ବିଧାନସଭା ନିର୍ବାଚନରେ ​​ପ୍ରବେଶ କରିଛନ୍ତି। ତାମିଲନାଡୁରେ ଭୋଟ ଗଣତି ଆରମ୍ଭ ହୋଇଛି। ବିଜୟଙ୍କ ଦଳ ଏପର୍ଯ୍ୟନ୍ତ ୧୦୯ ଆସନରେ ଆଗୁଆ ଅଛି। ଏଥିଲାଗି ବିଜୟ ଥାଲାପତିଙ୍କ ଘର ବାହାରେ ସେଲିବ୍ରେସନ୍ ଚାଲିଛି। ବିଜୟ ଥାଲାପତିଙ୍କ ଘର ବାହାରୁ କିଛି ଭିଡିଓ ସାମ୍ନାକୁ ଆସିଛି।

ଏଥିରେ ଅଭିନେତାଙ୍କ ଘର ବାହାରେ କାର ପାର୍କିଂ କରୁଥିବାର ଦେଖାଯାଇଛି। ଏବଂ କିଛି ଲୋକ ଫୁଲର ଗୁଚ୍ଛ ଧରି ଘରେ ପ୍ରବେଶ କରୁଥିବାର ଦେଖାଯାଇଛି। ଭୋଟ ଗଣନା ସମ୍ପର୍କରେ ବିଜୟ ଥାଲାପତି ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ବିଜୟଙ୍କ ବାପା ଏସଏ ଚନ୍ଦ୍ରଶେଖର ମଧ୍ୟ ତାଙ୍କ ପୁଅର ବିଜୟ ପାଇଁ ପ୍ରାର୍ଥନା କରିବା ପାଇଁ ସକାଳେ ମୁରୁଗାନ ମନ୍ଦିର ଯାଇଥିଲେ। ବିଜୟଙ୍କ ବାପା ଜଣେ ଜଣାଶୁଣା ନିର୍ଦ୍ଦେଶକ ଏବଂ ସେ ପ୍ରତ୍ୟେକ କ୍ଷେତ୍ରରେ ବିଜୟଙ୍କୁ ସମର୍ଥନ କରିଛନ୍ତି । ଏବଂ ଅଭିନେତାଙ୍କ ରାଜନୈତିକ ଯାତ୍ରାର ଜଣେ ବଡ ସମର୍ଥକ। ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଏପର୍ଯ୍ୟନ୍ତ ଜାରି ରହିଛି। ବିଜୟ ଥାଲାପତିଙ୍କ ଦଳ, ୧୦୪ଟି ଆସନରେ ଆଗୁଆ ଅଛି। ଡିଏମକେ ବର୍ତ୍ତମାନ ୫୫ଟି ଆସନରେ ଆଗରେ ଅଛି। ପ୍ରାରମ୍ଭିକ ଟ୍ରେଣ୍ଡରୁ ଜଣାପଡିଛି ଯେ ବିଜୟ ଥାଲାପତି ଡିଏମକେର ଖେଳକୁ ବିଗାଡ଼ି ଦେଇଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia