Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ବିଶ୍ବ କନିଷ୍ଠ ସ୍କ୍ବାସ ; ଭାରତକୁ କାଂସ୍ୟ

ସମାଜ 2 weeks ago

ଣ୍ଟାରିଓ : ବିଶ୍ବ ସ୍କ୍ବାସ ପ୍ରତିିଯୋଗିତାରେ ଭାରତୀୟ ବାଳକ ଦଳ କ୍ରମାଗତ ଦ୍ବିତୀୟ ଥର ପାଇଁ କାଂସ୍ୟ ପଦକ ଜିତିଛି। କାନାଡାର ଇଣ୍ଟାରିଓରେ ଆୟୋଜିତ ଏହି ପ୍ରତିଯୋଗିତାର ସେମିଫାଇନାଲରେ ଭାରତ ୦-୨ରେ ଆମେରିକା ନିକଟରୁ ପରାଜିତ ହୋଇ କାଂସ୍ୟ ପଦକ ଜିିତିଛି। ବିଶ୍ବ ସ୍କ୍ବାସ ଚମ୍ପିଆନସିପ୍‌ ନିୟମାନୁଯାୟୀ ସେମିଫାଇନାଲରେ ପରାଜିତ ଦଳଙ୍କୁ ମଧ୍ୟ କାଂସ୍ୟ ପଦକ ମିଳିଥାଏ।

ଭାରତ ପାଇଁ ପ୍ରଥମ ମ୍ୟାଚରେ ଗୁରୁବୀର ସିଂହ ୭-୧୧. ୧୨-୧୦, ୯-୧୧ ଓ ୭-୧୧ରେ ବ୍ରେଣ୍ଡେନ ଟାଗ୍‌ଲିଆରିନ୍‌ଙ୍କଠାରୁ ଓ ଆର୍ଯ୍ୟବୀର ଦେୱାନ ୫-୧୧, ୭-୧୧ ଓ ୫-୧୧ରେ ୟାସିନ ସାଲାବାଏଙ୍କଠୁ ପରାଜିତ ହୋଇଥିଲେ। ସେମିଫାଇନାଲିଷ୍ଟ ପରାଜିତ ଦଳ କାଂସ୍ୟ ପାଇବା ନିଶ୍ଚିତ ଥିବାରୁ ଭାରତକୁ ଏହି ପଦକ ମିଳିଛି। ଭାରତ ଗତ ସଂସ୍କରଣରେ ମଧ୍ୟ କାଂସ୍ୟ ପଦକ ଜିିତିଥିଲା। ପୂର୍ବରୁ ଭାରତୀୟ ବାଳିକା ଦଳ କ୍ବାର୍ଟର ଫାଇନାଲରେ ଆମେରିକା ନିକଟରୁ ପରାଜିତ ହୋଇ ପଦକରୁ ବଞ୍ଚିତ ହୋଇଥିଲା।

ଶନି ଚଳନ ୨୦୨୬: ଡିସେମ୍ବର ପର୍ଯ୍ୟନ୍ତ ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା..

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia