ଭଦ୍ରକ : ସାଳନ୍ଦୀ ନଦୀକୁ ଡେଇଁ ରିଲସ୍ କରିବା ବେଳେ ଭାସିଗଲେ ଯୁବକ। ଏଭଳି ଅଭାବନୀୟ ଘଟଣା ଗୁରୁବାର ଘଟିଛି। ସନ୍ତିଆ ବ୍ରିଜ ଉପରୁ ଡେଇଁବା ବେଳେ ଭାସି ଯାଇଥିଲେ ୨ ଯୁବକ। ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ନିଖୋଜ ଯୁବକଙ୍କୁ ଅଗ୍ନିଶମ ଟିମ୍ ଖୋଜାଖୋଜି କରୁଛି। ରିଲ୍ସ ସୁଟିଂ କରୁଥିବା ପିଲାଙ୍କୁ ଅଟକ ରଖାଯାଇଛି। ସମସ୍ତ ପିଲା କେନ୍ଦୁଝର ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
