ଚଳିତ ବର୍ଷ ଦେବଗୁରୁ ବୃହସ୍ପତି ୨ ଥର ଚଳନ କରିବେ। ଗୁରୁଙ୍କର ପ୍ରଥମ ରାଶି ପରିବର୍ତ୍ତନ ୨ ଜୁନ୍ ରେ ହେବାକୁ ଯାଉଛି। ଏହି ଦିନ ଗୁରୁ କର୍କଟ ରାଶିରେ ପ୍ରବେଶ କରିବେ। ଏହାପରେ ଗୁରୁ ଗ୍ରହ ୩୧ ଅକ୍ଟୋବର ପର୍ଯ୍ୟନ୍ତ ଏହି ରାଶିରେ ରହିବେ। ଜ୍ୟୋତିଷ ଗଣନାନୁସାରେ ଗୁରୁ କର୍କଟ ରାଶିରେ ଆସିବା ପରେ ହଂସ ରାଜଯୋଗ ସୃଷ୍ଟି ହେବ। କର୍କଟ ରାଶିକୁ ଆସିବା ପରେ ଏହି ୫ ମାସ ପର୍ଯ୍ୟନ୍ତ କିଛି ରାଶିଙ୍କୁ ଗୁରୁ ଜବରଦସ୍ତ ଲାଭ ଦେବେ।
ଏହି ରାଶିଙ୍କୁ ଖୁବ୍ ସହଜରେ ଧନ ସମ୍ପତ୍ତି ପ୍ରାପ୍ତି ହେବ। ଜୀବନରେ ସୁଖସମୃଦ୍ଧି ମଧ୍ୟ ବୃଦ୍ଧି ହେବ।
ମିଥୁନ-ଗୁରୁ ଆପଣଙ୍କ ରାଶିରେ ଧନ, ବାଣୀ ଆଦି ସ୍ଥାନରେ ପ୍ରବେଶ କରିବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ନିବେଶ ମାମଲାରେ ଖୁବ୍ ଲାଭ ମିଳିବ। ଯାତ୍ରାରେ ମଧ୍ୟ ଶୁଭଫଳ ପ୍ରାପ୍ତି ହେବ। ବ୍ୟବସାୟ ପାଇଁ ବିଦେଶ ଯାତ୍ରାର ଯୋଗ ରହିଛି। ଅନେକ ସଫଳତା ମଧ୍ୟ ମିଳିବ।
କର୍କଟ-ଗୁରୁ ଆପଣଙ୍କ ରାଶିରେ ଉନ୍ନତି, ସଫଳତା ଓ ଧନ ସ୍ଥାନରେ ଚଳନ କରିବେ। ଆୟରେ ଖୁବ୍ ବୃଦ୍ଧି ହେବ। ଖୁବ୍ ସହଜରେ ଧନ ପ୍ରାପ୍ତି ହେବ। ଅନେକ ଉପଲବ୍ଧି ହାସଲ କରିବେ। ଭଲ ଚାକିରିର ମଧ୍ୟ ସୁଯୋଗ ମିଳିବ। ମାଙ୍ଗଳିକ କାର୍ଯ୍ୟର ଯୋଗ ରହିଛି। ଶିକ୍ଷା, ବ୍ୟବସାୟ ପାଇଁ ସମୟ ଅନୁକୂଳ ରହିଛି। ସଠିକ୍ ନିଷ୍ପତ୍ତି ନେଇ ଲାଭବାନ୍ ହେବେ।
କନ୍ୟା-ଗୁରୁ ଏହି ରାଶିରେ ଧନ ସହ ଖୁସି ନେଇ ପ୍ରବେଶ କରିବେ। ଗୁରୁଙ୍କ କୃପାରୁ ଆୟରେ ବୃଦ୍ଧି ହେବ। ନୂଆ ସୁଯୋଗ ମିଳିବ। ଧନ ସମ୍ପତ୍ତି ବୃଦ୍ଧିର ଯୋଗ ରହିଛି। ମାତ୍ର କିଛି ଖର୍ଚ୍ଚାନ୍ତ ହୋଇ ପାରନ୍ତି। ସୁଖ ସମୃଦ୍ଧି ବୃଦ୍ଧି ହେବ। ଏହି ମାସ ମଧ୍ୟରେ ଆପଣଙ୍କୁ ଯାନ, ନୂଆ ଘର, ଭୂମି ଆଦି କିଣିବାର ସୁଖ ପ୍ରାପ୍ତି ହେବ। ଯେଉଁମାନେ ଅନେକ ଦିନରୁ ଘର କିଣିବାକୁ ଚାହୁଁଥିଲେ, ସେମାନେ ଘର କିଣିବେ।
ମକର-ଗୁରୁ ଯାତ୍ରା ଓ ଧନ ସ୍ଥାନରେ ଚଳନ କରୁଛନ୍ତି। ଧନ ସମ୍ପତ୍ତି ବୃଦ୍ଧି ହେବ। ଖୁବ୍ ସହଜରେ ଆପଣଙ୍କୁ ଧନ ପ୍ରାପ୍ତି ହେବ। ଭାଗ୍ୟର ସାଥ୍ ମିଳିବା ସହ ବଡ ଲାଭ ମଧ୍ୟ ମିଳିବ। ଯାତ୍ରାରୁ ଲାଭ ମିଳିବ। ଆର୍ଥିକ ଲାଭ ସହ ସୁଖ ଅନୁଭବ କରିବେ। ପରିବାର ସଦସ୍ୟଙ୍କ ସହ ସୁଖମୟ ସମୟ ଅତିବାହିତ କରିବେ। ସହଯୋଗ ମିଳିବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ।
କ'ଣ କହେ ବାସ୍ତୁ : ସଠିକ୍ ଦିଗରେ ଏମିତି ରଖନ୍ତୁ ଫଳ ଓ ପନିପରିବା, ବଦଳିଯିବ ଭାଗ୍ୟ..
