ଭଦ୍ରାସାହି: କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ଉଚ୍ଚ ବିଦ୍ୟାଳୟରେ ପୋଷ୍ଟର ମାରିବା ଏବଂ ବ୍ୟାନର ଚିରାକୁ ନେଇ ଗୋଟିଏ ଗୋଷ୍ଠୀ ଉପରେ ଆଉ ଏକ ଗୋଷ୍ଠୀ ଆକ୍ରମଣ କରିଥିବା ନେଇ ଯୋଡ଼ା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଗତ ୨୮ ତାରିଖ ପୁରୁଷୋତ୍ତମପୁର ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗସ୍ତକୁ ନେଇ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ୨୭ ତାରିଖ ବିଳମ୍ବିତ ରାତି ପ୍ରାୟ ୧୧ ଟା ସମୟରେରେ ବଡ଼ବିଲ ଅଞ୍ଚଳରୁ ପୋଷ୍ଟର ବ୍ୟାନର ଲଗେଇବା ପାଇଁ ପରମଜିତ, ଅରୁଣ ରାଇ, ଗଗନ ସେଠୀ ଏବଂ ତାଙ୍କ ସାଥି ମାନେ ଯାଇଥିଲେ।
ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଗିରିଜା ଶଙ୍କର ସାହୁ, ଗଣେଶ ଖିଲାର ଏବଂ ସ୍ତାନୀୟ ଲୋକଙ୍କ ସହ କୌଣସି କଥାକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା।
ଏହାକୁ ନେଇ ଅନ୍ୟ ଗୋଷ୍ଠୀ ଅରୁଣ, ପରମଜିତ ଏବଂ ଗଗନ ସେଠୀଙ୍କୁ ନିର୍ଧୁମ ମାଡ଼ ମାରିବା ସହ ମୋବାଇଲ ଭାଙ୍ଗି ଦେଇଥିବା ନେଇ ଅଭିଯୋଗ କରିଛନ୍ତି। ଯୋଡ଼ା ପୁଲିସ ଘଟଣାସ୍ଥଳରୁତୁରନ୍ତ ଜଣକୁ କାବୁ କରି ଥାନାରେ ଅଟକ ରଖି ପଚରା ଉଚରା କରିଥିଲେ। ଲିଖିତ ଅଭିଯୋଗ ଆଧାରରେ ପୁଲିସ କେସ ନମ୍ବର ୧୫୩/୨୬ ଅନୁଯାୟୀ ବି.ଏନ.ଏସ ଧାରା ୧୨୬(୨), ୧୧୫(୨), ୩୯୬, ୩୨୪(୪), ୩୦୩(୨), ୩୫୧(୨), ଆଧାରରେ ଗିରିଜା ସାହୁ, ଗଣେଶ ଖିଲାର ସମେତ ଅନ୍ୟ ୪୦ ଜଣଙ୍କ ନାମ ରେ ମାମଲା ରୁଜୁ କରିଛି।
