Dailyhunt

ଚାକରାଣୀରୁ ବିଧାୟିକା

ସମାଜ 5 days ago

ଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ କେତେକ ଅନାମଧେୟ ପ୍ରାର୍ଥୀ ଅପ୍ରତ୍ୟାଶିତଭାବେ ବିଜୟୀ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କାଲିତା ମାଝୀ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। କାଲିତା ପୂର୍ବରୁ ଘରୋଇ ଚାକରାଣୀ ଭାବେ କାର୍ଯ୍ୟ କରୁଥିଲେ। କାଲିତା ପୂର୍ବ ବର୍ଦ୍ଧମାନ ଜିଲା ଅନ୍ତର୍ଗତ ଅସ୍‌ଗ୍ରାମ ଆସନରେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କୁ ୧୨,୫୩୫ ଭୋଟରେ ପରାସ୍ତ କରି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

ଅର୍ଥାଭାବ ଯୋଗୁଁ କାଲିତା ପାଠ ପଢିପାରିନଥିଲେ। ତାଙ୍କ ସ୍ବାମୀ ସୁବ୍ରତ ମାଝୀ ଜଣେ ପାଇପ୍‌ ମିସ୍ତ୍ରିଭାବେ କାର୍ଯ୍ୟ କରୁଛନ୍ତି। ୮ମ ଶ୍ରେଣୀରେ ପାଠ ପଢୁଥିବା ପୁଅର ଲାଳନ ପାଳନ ପାଇଁ କାଲିତା ପର ଘରେ ଚାକରାଣୀ କାର୍ଯ୍ୟ କରି ମାସକୁ ମାତ୍ର ୨୫୦୦ ଟଙ୍କା ରୋଜଗାର କରୁଥିଲେ।

ଏଭଳି ଏକ ପରିବାରରୁ ଆସିଥିବା ବ୍ୟକ୍ତିଙ୍କ ପାଇଁ ରାଜନାତିରେ ପାଦ ଥାପିବା ନିଶ୍ଚିତଭାବେ ଏକ ସ୍ବପ୍ନ। ତେବେ କାଲିତା ପ୍ରାୟ ଦଶ ବର୍ଷ ହେବ ରାଜନୀତିରେ ପ୍ରବେଶ କରିଛନ୍ତି। ୨୦୨୧ ନିର୍ବାଚନରେ ବିଜେପି ତାଙ୍କୁ ପ୍ରାର୍ଥୀ କରିଥିଲା। କାଲିତା ୪୧ ପ୍ରତିଶତ ଭୋଟ ହାତେଇବାରେ ସଫଳ ହୋଇଥିଲେ ସୁଦ୍ଧା ଜିତିପାରିନଥିଲେ। ତେବେ ୨୦୨୬ ନିର୍ବାଚନ ତାଙ୍କ ଭାଗ୍ୟ ବଦଳାଇ ଦେଇଛି। ପ୍ରଚାର ପାଇଁ ସମ୍ବଳ ନଥିବାବେଳେ କାଲିତା କେବଳ ବ୍ୟକ୍ତିଗତ ସମ୍ପର୍କକୁ ଆଧାର କରି ନିର୍ବାଚନ ଲଢିଥିଲେ। ବ୍ୟାଙ୍କ ଜମା ଓ ଜୀବନବୀମା ରାଶିକୁ ମିଶାଇ ତାଙ୍କ ସମ୍ପତ୍ତି ପରିମାଣ ୧,୬୧,୨୧୬ ଟଙ୍କା ଏବଂ ତାଙ୍କ ନାମରେ ଦୁଇଟି ଫୌଜଦାରୀ ମାମଲା ବିଚାରାଧୀନ ରହିଛି ବୋଲି କାଲିତା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia