Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଛତ୍ରପୁର ବିଜେଡିକୁ ଶକ୍ତ ଝଟ୍‌କା: ଉପାଧ୍ୟକ୍ଷଙ୍କ ସହ ଓ ୯ଜଣ କାଉନସିଲର ବିଜେଡି ଛାଡ଼ିଲେ, ଆଜି ବିଜେପିରେ ହେବେ ସାମିଲ

ସମାଜ 5 days ago

​ଛତ୍ରପୁର:ଛତ୍ରପୁର ପୌର ପରିଷଦର ରାଜନୀତିରେ ବଡ଼ଧରଣର ଓଲଟପାଲଟ। ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ (ବିଜେଡି)କୁ ଲାଗିଛି ଶକ୍ତ ଝଟ୍‌କା। ଗୋଟିଏ ପଟେ ଦଳୀୟ ଅସନ୍ତୋଷ ତୀବ୍ର ହେଉଥିବା ବେଳେ ଅନ୍ୟପଟେ ଛତ୍ରପୁର ପୌର ପରିଷଦl ଉପାଧ୍ୟକ୍ଷ ଜି. ପାପା ରାଓ ଓ ୯ ବିଜେଡି କାଉନସିଲର ବିଜେଡି ଛାଡିଛନ୍ତି। ଏହି ନେତାମାନେ ଆଜି ଆନୁଷ୍ଠାନିକ ଭାବେ ଭୁବନେଶ୍ୱର ସ୍ଥିତ ଭାରତୀୟ ଜନତା ଦଳ (ବିଜେପି)ରେ ସାମିଲ ହେବାକୁ ଯାଉଥିବା ନିଶ୍ଚିତ ହୋଇଛି।​ଦୀର୍ଘଦିନ ଧରି ଦଳୀୟ ନେତୃତ୍ୱ କାର୍ଯ୍ୟଶୈଳୀକୁ ନେଇ କାଉନସିଲରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଆସୁଥିଲା।​ଆଜି ଏକ ସ୍ୱତନ୍ତ୍ର ମିଶ୍ରଣ ପର୍ବରେ ଏହି ସମସ୍ତ ବିଦ୍ରୋହୀ କାଉନସିଲର ବିଜେପିର ଦଳୀୟ ପତାକା ଧରିବେ।

ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଙ୍କ ଉପସ୍ଥିତ ରେ ହେବେ ସାମିଲ |ଗୋଟିଏ ସାଙ୍ଗରେ ୯ ଜଣ କାଉନସିଲର ଓ ଉପାଧ୍ୟକ୍ଷ ଦଳ ଛାଡ଼ିବା ଫଳରେ ପୌର ପରିଷଦ ବିଜେଡିର ସଂଖ୍ୟାଗରିଷ୍ଠତା ଓ ସ୍ଥିତି ଦୋହଲି ଯାଇଛି। ଅନ୍ୟପଟେ ଏହା ବିଜେପି ପାଇଁ ଶାସନ ଭାର ମଜବୁତ କରିବା ସହ ଅଞ୍ଚଳରେ ନିଜର ଦବ୍‌ଦବା ବୃଦ୍ଧି କରିବା ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି କରିଛି। ସୂଚନା ଥାଉକି ୨୦୨୨ ପୌର ନିର୍ବାଚନ ସମୟରେ ଛତ୍ରପୁର ୧୪ ଟି ୱାର୍ଡ ମଧ୍ୟ୍ୟରୁ ୧୦ ଟି ୱାର୍ଡ ବିଜେଡି, ଗୋଟିଏ ସ୍ୱାଧୀନ ଓ ତିନି ୱାର୍ଡ ବିଜେପି ଜିତିଥିଲା | ପରବର୍ତୀ ସମୟରେ ସ୍ୱାଧୀନ ପ୍ରାଥୀ ଜଣକ ବିଜେଡି ସାମିଲ ହୋଇ ଏହି ସଂଖ୍ୟା ୧୧ ରେ ପହଂଚିଥିଲା | ଆଜି ୧୦ ଜଣ ବିଜେଡି ଛାଡିଲେ | ଯାହାକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି |

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia