Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଚୋର ଚୋର କହି ଅଭିଷେକ ବାନାର୍ଜୀଙ୍କୁ ଅଣ୍ଡା, ପଥର ଫୋପାଡ଼ିଲେ

ସମାଜ 1 week ago

ମାଜ ଲାଇଭ ଡେସ୍କ : ଶନିବାର ଟିଏମସିର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ କିଛି ଅଜଣା ଲୋକ ଅଣ୍ଡା, ପଥର ଓ ଜୋତା ଫିଙ୍ଗିଛନ୍ତି। ପଶ୍ଚିମବଙ୍ଗର ସୋନାରପୁର ଅଞ୍ଚଳକୁ ନିର୍ବାଚନ ପରବର୍ତ୍ତୀ ହିଂସା ପୀଡିତଙ୍କ ପରିବାରକୁ ଭେଟିବା ପାଇଁ ଯାଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଆକ୍ରମଣ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।

ଅଭିଷେକ ଘଟଣା ସ୍ଥଳରେ ପହଞ୍ଚିବା କ୍ଷଣି ସେମାନେ ଚୋର-ଚୋର ବୋଲି କହିବା ସହ ଆକ୍ରମଣ କରିଥିଲେ।

ସେ ରାଜପୁର-ସୋନାରପୁର ପୌରପାଳିକାର ବିବେକାନନ୍ଦନଗର ଅଞ୍ଚଳର ୯ ନମ୍ବର ୱାର୍ଡରେ ନିର୍ବାଚନ ପରବର୍ତ୍ତୀ ହିଂସାର ଶିକାର ହୋଇଥିବା ସଞ୍ଜୁ କର୍ମକାରଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ପାଇଁ ଯାଇଥିଲେ। ଶୁକ୍ରବାର ରାତିରେ ତାଙ୍କର ଏହି ଗସ୍ତ ଘୋଷଣା ହୋଇଥିଲା। ତାଙ୍କର ସୁରକ୍ଷାକର୍ମୀ ପରିବର୍ତ୍ତନ ହେବା ପର୍ଯ୍ୟନ୍ତ ଜେଡ଼-ପ୍ଲସ୍ ସୁରକ୍ଷା ଉପଭୋଗ କରୁଥିବା ଅଭିଷେକ ଗାଡ଼ିରୁ ଓହ୍ଲାଇବା ମାତ୍ରେ “ଚୋର,ଚୋର” ଶୁଣିଥିଲେ। ସେ ଆଜି ଘଟଣା ସ୍ଥଳକୁ ଯିବା ସମୟରେ ତାଙ୍କ ଏସୟୁଭିରୁ ବାହାରି ଏକ ବାଇକରେ ଚଢ଼ିଥିଲେ। ଏହି କ୍ଷଣିକ ସମୟ ମଧ୍ୟରେ ସେ ଆକ୍ରମଣର ଶିକାର ହୋଇଥିଲେ। ପରେ ସେ ହେଲମେଟ୍ ପିନ୍ଧିଥିଲେ ମଧ୍ୟ ଆକ୍ରମଣକାରୀ ତାଙ୍କ ସାର୍ଟ ଚିରି ଦେଇଥିଲେ। ସୁରକ୍ଷା କର୍ମୀ ଏବଂ ଭବାନୀପୁରର କିଛି ତୃଣମୂଳ କଂଗ୍ରେସ ସମର୍ଥକଙ୍କ ଦ୍ୱାରା ଘେରି କର୍ମକାର ବାସଭବନକୁ ଚାଲିଯାଇଥିଲେ। ଘଟଣା ସମୟରେ ତାଙ୍କ ସହ ଦଳର କୌଣସି ନେତା କିମ୍ବା କର୍ମୀ ଘଟଣାସ୍ଥଳରେ ନଥିଲେ।

ପଶ୍ଚିମବଙ୍ଗରେ ସରକାର ପରିବର୍ତ୍ତନ ପରେ ପୂର୍ବ ସରକାରରରେ କ୍ଷମତା ଉପଭୋଗ କରୁଥିବା ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କ ବିରୁଦ୍ଧରେ ପ୍ରଥମ ଜନ କ୍ରୋଧର ଘଟଣା ଥିଲା। ଯିଏ ଏକ ମାସ ପୂର୍ବେ ପର୍ଯ୍ୟନ୍ତ ବଙ୍ଗର ଏକ ନିର୍ବିବାଦ ଶକ୍ତି କେନ୍ଦ୍ର ଥିଲେ। ବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳର ପଚିଶ ଦିନ ପରେ ଅଭିଷେକ ପ୍ରଥମ ଥର ପାଇଁ ସାର୍ବଜନୀନ କାର୍ଯ୍ୟକ୍ରମକୁ ଆସିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ମେ୧୪ ତାରିଖରେ କଲକତା ହାଇକୋର୍ଟରେ ଓକିଲ ଏବଂ ପ୍ରଦର୍ଶନକାରୀଙ୍କ ଠାରୁ ଚୋର ଚୋର ଶୁଣିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia